ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜା ଉତ୍ସବରେ ଯୋଗଦେବେନି ଉମା ଭାରତୀ

Published: Aug 3, 2020, 11:53 am IST

ଭୋପାଳ: ରାମ ମନ୍ଦିର ନିର୍ମାଣ ଆନ୍ଦୋଳନର ଅନ୍ୟତମ ସାରଥି ତଥା ବରିଷ୍ଠ ବିଜେପି ନେତା ଉମା ଭାରତୀ ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ହେବାକୁ ଥିବା ଭୂମିପୂଜା ସମାରୋହରେ ଯୋଗଦେବନାହିଁ ବୋଲି ଟୁଇଟ୍‌ କରି ଜଣାଇଛନ୍ତି। କରୋନା ସଂକ୍ରମଣ ଜନିତ ସମ୍ଭାବନାକୁ ଏଡ଼ାଇବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ଯେଉଁମାନେ ଏହି ଉତ୍ସବରେ ଯୋଗଦେଉଛନ୍ତି ସେମାନଙ୍କ ଲାଗି ସେ ଚିନ୍ତିତ ବୋଲି ଉମା ଭାରତୀ କହିଛନ୍ତି। ନିମନ୍ତ୍ରଣ ଅତିଥୀଙ୍କ ସୂଚୀରୁ ତାଙ୍କ ନାମ କାଟି ଦେବାକୁ ଉମା ଭାରତୀ ରାମ ଜନ୍ମଭୂମି ନ୍ୟାସର ବରିଷ୍ଠ ଅଧିକାରୀଙ୍କୁ ନିବେଦନ କରିଛନ୍ତ ।  ତେବେ ସେ ଶିଳାନ୍ୟାସ କାର୍ଯ୍ୟକ୍ରମ ମୁହୂର୍ତ୍ତରେ ଅଯୋଧ୍ୟାର ସରୟୁ ତଟରେ ଉପସ୍ଥିତ ରହିବେ ।

ସୂଚନାଯୋଗ୍ୟ, ଅଗଷ୍ଟ 5 ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ଶିଳାନ୍ୟାସ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ।

ସୂଚନାଯୋଗ୍ୟ, ଗତ କିଛିଦିନ ହେବ ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ହେବାରେ ଲାଗିଛି ରବିବାର ୟୁପିର ବହୁ ବରିଷ୍ଠ ନେତା କରୋନା ସଂକ୍ରମିତ ହୋଇଥିବାବେଳେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । (ଏଜେନ୍ସ)

Related posts