ଭୁବନେଶ୍ବର : ଆସନ୍ତାକାଲିଠାରୁ ଗଡିବ ’ମୋ ବସ୍’ । ଆସନ୍ତାକାଲିଠାରୁ ବସ୍ ଚଳାଚଳ କରିବା ନେଇ ମୋ ବସ ପରିଚାଳନା କରୁଥିବା CRUT ପକ୍ଷରୁ ସୂଚନା ଦିଆଯାଇଛି । 8ଟି ରୁଟ୍ରେ ଚଳାଚଳ କରିବ ନନ୍ ଏସି ବସ୍ । ରୁଟ୍ ନମ୍ବର 11, 16, 18, 20, 23, 25, 27, 33ରେ ମୋ’ ବସ୍ ଚାଲିବ । ସକାଳ 7ଟାରୁ ସନ୍ଧ୍ୟା 7ଟା ମଧ୍ୟରେ ବସ୍ ଚଳାଚଳ କରିବ ବୋଲି ସୂଚନା ରହିଛି । ତେବେ ଅଗଷ୍ଟ ମାସର ସପ୍ତାହାନ୍ତରେ ‘ମୋ ବସ୍’ ସେବା ବନ୍ଦ ରହିବ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜୁଲାଇ 18 ତାରିଖ ରାତ୍ରି 9ଟାରୁ ମାେ’ ବସ୍ ସେବା ବନ୍ଦ କରାଯାଇଥିଲା । ଜୁଲାଇ 18 ତାରିଖରୁ ଜୁଲାଇ 31 ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାରେ ଲକ୍ଡାଉନ୍ ଜାରି ହୋଇଥିଲା । ଏହି ଲକ୍ଡାଉନ୍ ପରିପ୍ରେକ୍ଷୀରେ ଭୁବନେଶ୍ବରରେ ମୋ’ ବସ୍ ସେବାକୁ ବନ୍ଦ ରଖାଯାଇଥିଲା । ପୁନଶ୍ଚ ଲକ୍ଡାଉନ୍ ହଟିବା ପରେ ମୋ’ବସ୍ ଚଳାଚଳ କରାଯିବ । ତେବେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ମାସ୍କ ଓ ସାମାଜିକ ଦୂରତ୍ବକୁ ପ୍ରାଧାନ୍ୟ ଦିଆଯାଇ ବସ୍ ଚଳାଚଳ କରିବ ।
ସୂଚନାଯୋଗ୍ୟ, ଅଗଷ୍ଟ 1 ତାରିଖରୁ ରାଜ୍ୟରେ ଅନଲକ୍ 3.0 ଜାରି ହୋଇଛି । ଏହି ଅନଲକ୍ରେ ରାତ୍ରୀ କାଳୀନ କର୍ଫ୍ୟୁକ ବଳବତ୍ତର ରଖାଯାଇଥିବାବେଳେ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଗଜପତି ଓ ରାଉରକେଲାରେ ସପ୍ତାହାନ୍ତ ସଟ୍ଡାଉନ୍ ଜାରି ହୋଇଛି ।