ଗୋଟିଏ ମିନିଟ ପାଇଁ ନିରବୀ ଗଲା ଓଡିଶା, ନବୀନଙ୍କ ଆହ୍ବାନ କ୍ରମେ କୋଭିଡ ଯୋଦ୍ଧାଙ୍କୁ ଦିଆଗଲା ସମ୍ମାନ

Published: Aug 5, 2020, 6:38 pm IST

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଆଜି ସଂଧ୍ୟା 6ଟା ବେଳେ ସାରା ଓଡିଶା ଗୋଟିଏ ମିନିଟ ପାଇଁ ନିରବି ଯାଇଥିଲା। କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ ଗତକାଲି ମୁଖ୍ୟମନ୍ତ୍ର ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଥିଲେ। ସେହି କ୍ରମରେ ଆଜି ଓଡିଶାର ପୁରପଲ୍ଲୀରେ ଆୟୋଜିତ ହୋଇଛି ଏହି ନିରବ ପ୍ରାର୍ଥନା। ରାଜ୍ୟ ସଚିବାଳୟର ବିଭିନ୍ନ ବିଭାଗ, ବିଭିନ୍ନ ନିର୍ଦ୍ଦେଶାଳୟ, ଜିଲ୍ଲା ଅଫିସ ପ୍ରଭୁତିରେ କର୍ମଚାରୀମାନେ ଏହି ନିରବ ପ୍ରାର୍ଥନାରେ ଭାଗ ନେଇଥିଲେ।

ନିରବ ପ୍ରାର୍ଥନା ପରେ ମୁଖ୍ୟମନ୍ତ୍ରୀ ଶପଥପାଠ କରାଇଥିଲେ। ଏଥିରେ ସମସ୍ତେ ଟେଲିଭିଜନ ଏବଂ ସାମାଜିକ ଗଣମାଧ୍ୟମରୁ ସିଧାପ୍ରସାରଣ ଦେଖି ଏହି ଶପଥ କରିଥିଲେ। ବର୍ତ୍ତମାନ କରୋନା ପରିସ୍ଥିତି ଯେପରି ହୋଇଛି ସେଥିରେ କୋଭିଡ ଯୋଦ୍ଧାଙ୍କ ଭୂମିକା ନିହାତି ଆବଶ୍ୟକ। ବର୍ତ୍ତମାନ ରାଜ୍ୟରେ ପ୍ରାୟ 25 ଜଣ କୋଭିଡ ଯୋଦ୍ଧା ମୃତ୍ୟୁବରଣ କରିସାରିଲେଣି। ଏଫରି କ୍ଷେତ୍ରରେ ସେମାନଙ୍କ ମନୋବଳ ବଢାଇବା ପାଇଁ ନବୀନ ଏହି ଶପଥ ପାଠ କରାଇଥିଲେ।

Related posts