ଦେଶରେ ୪୦ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

Published: Aug 5, 2020, 9:20 pm IST

ଦେଶରେ କରୋନା ସଂକ୍ରମଣ ଓ ତଜ୍ଜନିତ ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନାହିଁ। ଆଜି ବିଭିନ୍ନ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଦେଶର କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦,୦୦୦ ଟପିଛି।ଆଜି ମହାରାଷ୍ଟ୍ରରେ ୩୩୪, ତାମିଲନାଡୁରେ ୧୧୨, କର୍ଣ୍ଣାଟକରେ ୧୦୦, ଆନ୍ଧ୍ରପ୍ରଦେଶରେ ୭୭, ପଶ୍ଚିମବଙ୍ଗରେ ୬୧ ଓ ଉତ୍ତର ପ୍ରଦେଶରେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ବୋଲି ସମ୍ପୃକ୍ତ ରାଜ୍ୟ ସରକାର ଜଣାଇଛନ୍ତି। (ସମୀକ୍ଷା ବ୍ଯୁରୋ)

Related posts