Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଗଷ୍ଟ 16 ତାରିଖରୁ ଆରମ୍ଭ ହେବ ବୈଷ୍ଣୋ ଦେବୀ ଯାତ୍ରା
ଆଜିର ଖବର

ଅଗଷ୍ଟ 16 ତାରିଖରୁ ଆରମ୍ଭ ହେବ ବୈଷ୍ଣୋ ଦେବୀ ଯାତ୍ରା

August 6, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଜମ୍ମୁ-କାଶ୍ମୀର : ବୈଷ୍ଣୋ ଦେବୀ ଯାତ୍ରା କରିବାକୁ ଚାହୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଖୁସି ଖବର । ଏବେ ତାଙ୍କ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଜମ୍ମୁ-କାଶ୍ମୀର ପ୍ରଶାସନ ଦୀର୍ଘ ସମୟ ଧରି ବନ୍ଦ ରଖିଥିବା ଧାର୍ମିକସ୍ଥଳକୁ ଆସନ୍ତା ଅଗଷ୍ଟ 16ରୁ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । କରୋନା ସଂକଟକୁ ଦୃଷ୍ଟିରୁରଖି ମାର୍ଚ୍ଚ 19 ତାରିଖରୁ ବୈଷ୍ଣୋ ଦେବୀ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଥିଲା ।

ତେବେ ସରକାରୀ ଆଦେଶରେ ବୈଷ୍ଣୋ ଦେବୀ ଯାତ୍ରା ଆରମ୍ଭ ନେଇ ସେପରି କୌଣସି ଉଲ୍ଲେଖ କରିନଥିବାବେଳେ  ଧାର୍ମିକ ସ୍ଥଳ ଖୋଲିବା ଓ ଯାତ୍ରା ଆରମ୍ଭ ନେଇ ସବୁଜ ସଂକେତ ଦେଇଛି । ତେବେ ସୀମିତ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯାତ୍ରା କରିପାରିବେ ।

ଜମ୍ମୁକାଶ୍ମୀରର ପ୍ରମୁଖ ସଚିବ ରୋହିତ୍‌ କନ୍‌ସଲ କହିଛନ୍ତି ଯେ, ଆସନ୍ତା ଅଗଷ୍ଟ 16 ତାରିଖରୁ ଜମ୍ମୁ ଓ କାଶ୍ମୀରର ସମସ୍ତ ଧାର୍ମିକ ସ୍ଥଳ ଓ ପୂଜା ସ୍ଥଳ ଖୋଲିବା ନେଇ ନିଷ୍ପତ୍ତ ନିଆଯାଉଛି । ତେବେ ଧାର୍ମିକ ସ୍ଥଳ ଗୁଡିକରେ ଧାର୍ମିକ ସମାବେଶକୁ ଅନୁମତି ଦିଆଯାଇନାହିଁ ।

ଅପରପକ୍ଷରେ ବୈଷ୍ଣୋ ଦେବୀ ଦର୍ଶନ ପାଇଁ ହେଲିକ୍ୟାପ୍ଟରର ଭଡାକୁ 65 ପ୍ରତିଶତ ବୃଦ୍ଧି କରାଯାଇଛି । କଟରାରୁ ସାଞ୍ଝୀ ଛାତ ଯିବା ପାଇଁ 1045ଟଙ୍କା ପଡୁଥିବାବେଳେ ଏବେ ଏହାକୁ ବଢାଇ 1730 କରାଯାଇଛି । ପୂର୍ବରୁ ହେଲିକ୍ୟାପ୍ଟରରେ ଯିବା ଆସିବା ପାଇଁ 209 ଟଙ୍କା ପଡୁଥିଲା ଏବେ କିନ୍ତୁ ଏହା 3460କୁ ବୃଦ୍ଧି ହୋଇଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026

ବିଜୟ ସରକାରଙ୍କୁ ଝଟକା: ଏହି ନିଷ୍ପତ୍ତିକୁ ରଦ୍ଦ କଲେ ମାଡ୍ରାସ ହାଇକୋର୍ଟ 

July 27, 2026
Latest News

ବଙ୍ଗୋପସାଗରରେ ଗଭୀର ଅବପାତ, ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ କଲେ ରାଜସ୍ବ ମନ୍ତ୍ରୀ

July 27, 2026

ଫାଇଲ ହଜିବା ଘଟଣା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

July 27, 2026

ନିରାପଦ ଟ୍ରେନ ପରିଚାଳନାରେ ଉଲ୍ଲେଖନୀୟ ସତର୍କତା ପାଇଁ ଟେକ୍ନିସିଆନଙ୍କୁ ପୂର୍ବତଟ ରେଳପଥର ସମ୍ମାନ

July 27, 2026

ବିହାର NEET ପ୍ରତିବାଦ: ୩୫୫ ଜଣଙ୍କୁ ଜେଲ, ୯୧ ପୋଲିସ ଆହତ

July 27, 2026

ଗତ ୫ ବର୍ଷରେ ଓଡ଼ିଶାର ୯୬୬୦ କଳାକାରଙ୍କୁ ୭୫.୪୩ କୋଟିର ସହାୟତା

July 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.