24 ଘଣ୍ଟାରେ ସର୍ବାଧିକ  62 ହଜାର 539 ଜଣ ଆକ୍ରାନ୍ତ

Published: Aug 7, 2020, 11:04 am IST

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ମିଳିତ  ସୂଚନା ଅନୁସାରେ ଗତ 24ଘଣ୍ଟାରେ ସର୍ବାଧିକ 62,539ଜଣ କରୋନା ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା 20 ଲକ୍ଷ ଟପିଲାଣି । ସେହିପରି ଗତ 24 ଘଣ୍ଟାରେ 886ଙ୍କ ମୃତ୍ୟୁ ହୋଇଛି। ଏଯାବତ୍ ଭାରତରେ 41,585 ଜଣଙ୍କର ପ୍ରାଣ ଯାଇ ସାରିଛି। ଦେଶରେ ଏବେ ସୁଧା 6, 07, 384 ଟି ସକ୍ରିୟ ମାମଲା ରହିଥିବା ବେଳେ 13, 78,106  ଜଣ ଆରୋଗ୍ୟ ଲାଭ କରିଛନ୍ତି ।

Related posts