ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ

Published: Aug 8, 2020, 10:46 am IST

ନୂଆଦିଲ୍ଲୀ : ଦେଶର ନୂତନ ସିଏଜି ଭାବେ ଶପଥ ନେଲେ ଗିରୀଶ ମୁର୍ମୁ । ଗିରୀଶ ମୁର୍ମୁଙ୍କୁ ଶପଥ ପାଠ କରାଇଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତି ଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଜି ଦେଶର ନୂଆ ସିଏଜି (ମହାଲେଖା ନିୟନ୍ତ୍ରକ ଓ ମହା ସମୀକ୍ଷକ) ଭାବେ ବିଧିବଦ୍ଧ ଦାୟିତ୍ବ ଗ୍ରହଣ କରିଛନ୍ତି ଗିରୀଶ ମୁର୍ମୁ।  ସିଏଜି ରାଜୀବ ମହର୍ଷିଙ୍କ ସ୍ଥାନରେ ଗିରୀଶ ମୁର୍ମୁଙ୍କୁ ନୂଆ ଦାୟିତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟ, ପ୍ରଥମ ଓଡ଼ିଆ ଭାବେ ଶ୍ରୀ ମୁର୍ମୁ ସିଏଜିର ଦାୟିତ୍ବ ଗ୍ରହଣ କରିଛନ୍ତି ।ମୁର୍ମୁଙ୍କ ଘର ଓଡିଶାର ମୟୂରଭଂଜ ଜିଲ୍ଲାରେ। ଓଡ଼ିଶାର ଜନ୍ମିତ ଶ୍ରୀ ମୁର୍ମୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଆସିଛନ୍ତି । 370 ଧାରା ଉଚ୍ଛେଦ ପରେ ନୂଆ କରି ସୃଷ୍ଟି ହୋଇଥିବା ଜାମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଂଚଳ ପାଇଁ ଗତ ବର୍ଷ ଅକ୍ଟୋବରରୁ ଶ୍ରୀ ମୁର୍ମୁ ପ୍ରଥମ ଲେଫ୍ଟ ଗର୍ଭର୍ଣ୍ଣର ଭାବେ ଅବସ୍ଥାପିତ ହୋଇଥିଲେ। ବର୍ତ୍ତମାନ ଜମ୍ମୁକାଶ୍ମୀରର ଲେଫ୍ଟ ଗଭର୍ଣ୍ଣର ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୋଜ ସିହ୍ନାଙ୍କୁ ଦାୟିତ୍ବ ଦିଆଯାଇଛି ।  (ଏଜେନ୍ସି)

Related posts