ବିଶିଷ୍ଟ ଚିତ୍ରତାରକା ସଞ୍ଜୟ ଦତ୍ତ ଫୁସଫୁସ କ୍ୟାନ୍ସର ଦ୍ଵାରା ପୀଡିତ ବୋଲି ଆଜି ସୂଚନା ମିଳିଛି। ଗତ ସପ୍ତାହରେ ଶ୍ଵାସ ପ୍ରଶ୍ଵାସ ନେବାରେ ସମସ୍ୟା ଉପୁଜିବାରୁ ସଞ୍ଜୟ ଦତ୍ତଙ୍କୁ ମୁମ୍ବାଇ ସ୍ଥିତ ଲୀଳାବତୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ କରୋନା ହୋଇଥାଇପାରେ ବୋଲି ପ୍ରଥମେ ସନ୍ଦେହ କରାଯାଉଥିଲା। ତେବେ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା। ବର୍ତ୍ତମାନ ପରୀକ୍ଷା ପରେ ତାଙ୍କ ଫୁସଫୁସ ରେ କ୍ୟାନ୍ସର ହୋଇଥିବାର ସୂଚନା ମିଳିଛି। ଚିକିତ୍ସା ଲାଗି ସଞ୍ଜୟ ତୁରନ୍ତ ଆମେରିକା ଯିବେ ବୋଲି ବିଶିଷ୍ଟ ସିନେମା ସମାଲୋଚକ କୋମଲ ନାହତା କହିଛନ୍ତି।