ଭୁବନେଶ୍ୱର : କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଓଡ଼ିଶା ଉନ୍ନୟନ ଯୋଜନା ଓ ନିର୍ମାଣମାନକ ନିୟମ -2020 ଆଧାରରେ ବହୁତଳ ଅଟ୍ଟାଳିକ ନିର୍ମାଣ ପାଇଁ ସରକାର ନିୟମରେ କୋହଳ କରିଛନ୍ତି । ଏବେ 8ଟି ଗୃହ ଥିବା ଘରକୁ ଆପାର୍ଟମେଣ୍ଟ କୁହାଯାଇପାରିବ । ପୂର୍ବରୁ 4ଟି ଗୃହ ଥବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯାଉଥିଲା । ସେହିପରି ଉଚ୍ଚ ଅଟ୍ଟାଳିକା ନିର୍ମାଣରେ ପ୍ଲଟ୍ ସାଇଜ୍କୁ ନେଇ କୌଣସି ପ୍ରତିବନ୍ଧକ ହେବନି ବୋଲି ସୂଚନା ରହିଛି । ଖର୍ଦ୍ଦିଯୋଗ୍ୟ ଫ୍ଲୋର ଏରିଆ ରେସିଓ ପାଇଁ ଦେୟ ମୂଲ୍ୟ 50 ପ୍ରତିଶତ କମିଛି । ମଡେଲ ପ୍ଲାନ୍ ଅନୁମତି ପାଇଁ ବାରମ୍ବାର ଦୌଡିବାକୁ ପଡିବନି। ଆବଶ୍ୟକ ଟଙ୍କା ଓ ଅଣ୍ଡରଟେକିଂରେ ଘର କରିହେବ । 15ରୁ 18 ମିଟର ଉଚ୍ଚ ଘର ପାଇଁ 50 ପ୍ରତିଶତ ଖାଲି ସ୍ଥାନ ଛାଡିବେ ଡେଭଲପର । ସେହିପରି 18 ମିଟରରୁ ଉଚ୍ଚ ଘର କଲେ 40 % ସ୍ଥାନ ଖାଲି ରଖିବାକୁ ବାଧ୍ୟ। କୋଠାବାଡ଼ି ଓ ଗୋଦାମ ଗୃହ ପାଇଁ ପାର୍କିଂ ସ୍ଥାନ 90 ପ୍ରତିଶତ ହୋଇଥିବାର ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।