ଭୁବନେଶ୍ବର : ଭୁବନେଶ୍ବର ମହାନଗର ଅଞ୍ଚଳରୁ ଆଉ 247 କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 247 ମଧ୍ୟରୁ 148 ଜଣ କ୍ବାରେଣ୍ଟିନ୍ରୁ ଚିହ୍ନଟ ହୋଇଥିବାବେଳେ 99ଟି ଲୋକାଲ୍ କେସ୍ ରହିଥିବାର ସୂଚନା ଦେଇଛି ବିଏମ୍ସି ।
କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବା 148ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଭୋଇ ନଗର ଶୁକ ବିହାରରୁ 11ଜଣ ଚିହ୍ନଟ ହୋଇଥିବାବେଳେ ଛଅ ନମ୍ବରରୁ 11 ଜଣ, ବମିଖାଲରୁ 8ଜଣ, ରିଜର୍ଭ ପୋଲିସ୍ କଲୋନୀରୁ 6 ଜଣ, ନୟାପଲ୍ଲୀ ଏକ ହୋଟେଲରୁ 6 ଜଣ, ଆଚାର୍ଯ୍ୟ ବିହାର, ସାଇନ୍ସ ପାର୍କ ବସ୍ତିରୁ 5 ଜଣ, ଡୁମୁଡୁମା ଫେଜ୍ 2ରୁ 4 ଜଣ, ସିଆରପିଏଫ୍ କ୍ୟାମ୍ପସ୍ରୁ 3 ଜଣ ଚିହ୍ନଟ ହୋଇଛନ୍ତି ।
ସେହପରି ଆଜି 99 ଲୋକାଲ୍ କେସ୍ ମଧ୍ୟରୁ ରିଜର୍ଭପୋଲିସ୍ କଲୋନୀରୁ ତିନି ଜଣ, ୟୁନିଟ୍ -9 ଏସଏ୍ସ୍ବି ଅଫିସ୍ରୁ ଜଣେ, ଶୈଳଶ୍ରୀ ବିହାର ଅନନ୍ତ ବସ୍ତିରୁ ଜଣେ, ଚକେଇସିଆଣିରୁ 2 ଜଣ, ନିଳାଦ୍ରି ବିହାରରୁ 2 ଜଣ, ଶହିଦ୍ ନଗର ଇପିଏଫ୍ କଲୋନୀରୁଜଣେ, ପୋଖରୀଫୁଟ ବସ୍ତିରୁ 2 ଜଣ, ଭୋଇନଗରରୁ ଜଣେ, ଖାରବେଳ ନଗରରୁ ଜଣେ, ଭିପୁଲ୍ ଗାର୍ଡେନ୍ରୁ ଜଣେ, ହରିଜନ ବସ୍ତିର ଜଣେ ରହିଛନ୍ତି ।
ସେହିପରି ଆଜି ଭୁବନେଶ୍ବରରେ 103 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । 247ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜଧାନୀ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 4 ହଜାର 842ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 3 ହଜାର 118 ଜଣ । ସେହିପରି 23 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 1 ହଜାର 695 ଜଣ ଚିକିତ୍ସାଧୀନ ରହିଛନ୍ତି ।