ଆଜି ରାଜ୍ୟରୁ ୧୩୦୫ ଜଣ କରୋନା ଆକ୍ରାନ୍ତ ବ୍ୟକ୍ତି ଆରୋଗ୍ଯ ଲାଭ କରିଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଗଞ୍ଜାମ ଜିଲାରେ ସର୍ବାଧିକ ୨୬୬ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ଅନ୍ୟ ଜିଲା ଗୁଡିକ ମଧ୍ୟରୁ ଖୁର୍ଦ୍ଧାରୁ ୧୫୬, କଟକରୁ ୧୨୮, ଯାଜପୁରରୁ ୧୧୧, ମାଲକାନଗିରିରୁ ୭୫, ବାଲେଶ୍ବରରୁ ୭୧, ସୁନ୍ଦରଗଡରୁ ୬୩, ପୁରୀରୁ ୫୦, କଳାହାଣ୍ଡିରୁ ୪୪, କେନ୍ଦ୍ରାପଡାରୁ ୪୨, କୋରାପୁଟ ଓ ନଯାଗଡରୁ ୩୩, ଢେଙ୍କାନାଳରୁ ୨୮, ଗଜପତି ଓ ନବରଙ୍ଗପୁରରୁ ୨୫, ସମ୍ବଲପୁରରୁ ୨୪, ଭଦ୍ରକରୁ ୨୦, ଝାରସୁଗୁଡାରୁ ୧୯, ମୟୂରଭଞ୍ଜରୁ ୧୮, ନୂଆପଡାରୁ ୧୬, କନ୍ଧମାଳ ଓ କେନ୍ଦୁଝରରୁ ୧୨, ରାୟଗଡାରୁ ୧୦, ଜଗତସିଂପୁରରୁ ୯, ବଲାଙ୍ଗୀରରୁ ୮ ଓ ବରଗଡରୁ ୭ ଜଣ କରୋନା ମୁକ୍ତ ଘୋଷିତ ହୋଇଛନ୍ତି। ରାଜ୍ୟରେ କରୋନାମୁକ୍ତ ଲୋକଙ୍କ ସଂଖ୍ୟା ୩୯୨୦୫ରେ ପହଞ୍ଚିଛି।