ଚୀନ ଓ ଭାରତ ସୀମାନ୍ତରେ ଆମର ସୀମାକୁ ସୁରକ୍ଷିତ ରଖିବାକୁ ଯାଇ ପ୍ରାଣବଳି ଦେଇଥିବା ଆମ ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯାଇନାହିଁ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ସ୍ଵାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଜାତି ଉଦ୍ଦେଶ୍ୟରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଯେ କୌଣସି ପ୍ରକାର ଆକ୍ରମଣର ମୁକାବିଲା କରିବାରେ ଆମର ସେନାବାହିନୀ ସଫଳକାମ ହୋଇଛନ୍ତି। ଆଜିର ମହାମାରୀ ସମୟରେ ଆମେ ଏକ ଭିନ୍ନ ପ୍ରକାର ସ୍ଵାଧୀନତା ଦିବସ ପାଳନ କରୁଛେ ବୋଲି ସେ କହିଛନ୍ତି। ଏହି ଅବସରରେ ଆମର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ କରୋନା ଯୋଦ୍ଧାମାନେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଅକଥନୀୟ ପରିଶ୍ରମ କରୁଛନ୍ତି। ଜାତି ସେମାନଙ୍କ ପାଖରେ କୃତଜ୍ଞ ବୋଲି ରାଷ୍ଟ୍ରପତି କହିଥିଲେ। ଏହି ଅବସରରେ ଆତ୍ମନିର୍ଭର ଭାରତ ଗଠନ ଲାଗି ସେ ଦେଶବାସୀଙ୍କୁ ଆହ୍ଵାନ ଦେଇଥିଲେ। (ଏଜେନ୍ସି)