କଂଗ୍ରେସ ଜାରି କଲା ‘ଧରୋହର’ ସିରିଜ୍‌ର ପ୍ରମୋ

Published: Aug 15, 2020, 3:06 pm IST

ନୂଆଦିଲ୍ଲୀ : ଆଜି ଦେଶରେ 74ତମ ସ୍ବାଧୀନତା ଦିବସ ପାଳିତ ହେଉଛି ।  ଏହି ଅବସରରେ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧି ‘ଧରୋହର’ ଶୀର୍ଷକ ଏକ ସିରିଜର ପ୍ରମୋ ଜାରି କରିଛି । ଏହି ପ୍ରମୋରେ କଂଗ୍ରେସର ସମସ୍ତ ନେତାଙ୍କ ସହିତ ନରସିହ୍ମା ରାଓ ଓ ସୀତାରାମ କେସରୀ ମଧ୍ୟ ନଜର ଆସିଛନ୍ତି ।  ଏହି ଭିଡିଓରେ 1885 ମସିହାଠାରୁ ଏପର୍ଯ୍ୟନ୍ତ କଂଗ୍ରେସର ଯାତ୍ରା ଓ ଯୋଗଦାନକୁ ଦେଖାଯାଇଛି । ଏହି ସିରିଜ୍‌ରେ ପ୍ରାୟ 300 ଛୋଟ-ଛୋଟ ଭିଡିଓ ପ୍ରସ୍ତୁତ କରାଯାଇଛି । ଦୁଇ ଭିଡିଓ ପ୍ରତ୍ୟେକ ସପ୍ତାହରେ ଜାରି କରାଯିବ । କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧି  ଓ ମହାସଚିବ ପ୍ରିୟଙ୍କା ଗାନ୍ଧି ସ୍ବାଧୀନତା ଦିବସ ଅବସରରେ ଶୁଭକାମନା ଜଣାଇବା ସହ କରୋନା ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ଜଣାଇଛନ୍ତି । (ଏଜେନ୍ସି)

Related posts