ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ ଡେଇଁଲା

Published: Aug 18, 2020, 10:38 am IST

ନୂଆଦିଲ୍ଲୀ : ଦେଶରେ କରୋନା ଦିନକୁ ଦିନ ଭୟଙ୍କର ରୂପ ଗ୍ରହଣ କରିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ବିଗତ 24 ଘଣ୍ଟା ମଧ୍ୟରେ 55 ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 55ହଜର 79 ଜଣ ଆକ୍ରାନ୍ତ ହୋଇଥିବାବେଳେ 876 ଜଣଙ୍କର ମୃତ୍ୟୁହୋଇଛି ।  ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ ଅତିକ୍ରମ କରିଛି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 27 ଲକ୍ଷ 2 ହଜାର 742ରେ ପହଞ୍ଚିଥିବାବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 51 ହଜାର 797ରେ ପହଞ୍ଚିଛି ।  ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 73 ହଜାର 166 ରହିଥିବାବେଳେ ଏବେ ସୁଦ୍ଧା ସୁସ୍ଥ ହୋଇଛନ୍ତି 19 ଲକ୍ଷ 77 ହଜାର 779 ଜଣ ।

ଦେଶରେ କରୋନା ଟେଷ୍ଟ କ୍ଷମତା ବଢାଯାଇଛି । ଦିନକରେ ସାତ ଲକ୍ଷରୁ ଅଧିକ ନମୁନା ପରୀକ୍ଷା ହୋଇଥିବାର ସୂଚନା ରହିଛି । ଏପର୍ଯ୍ୟନ୍ତ ଦେଶରେ 3କୋଟିରୁ ଅଧିକ ନମୁନା ପରୀକ୍ଷା ହୋଇଥିବାର ସୂଚନା ରହିଛି ।

ସେହିପରି ଦେଶରେ ସର୍ବାଧିକ ଆକ୍ଟିଭ୍‌ କେସ ମହାରାଷ୍ଟ୍ରରେ ରହିଛି । ସେହିପରି ମହାରାଷ୍ଟ୍ର ତଳକୁ ତାମିଲନାଡୁ, ଦିଲ୍ଲୀ, ଗୁଜୁରାଟ ଓ ପଶ୍ଚିମବଙ୍ଗରେ ଆକ୍ଟିଭ୍‌ କେସ୍‌ ଅଧିକ ରହିଛି । ସେହିପରି ବିଶ୍ବରେ ଆକ୍ଟିଭ୍‌ କେସ୍‌ରେ ଭାରତ ତୃତୀୟ ସ୍ଥାନରେ ରହିଛି ।  (ଏଜେନ୍ସି)

Related posts