ବୋହୂ ନିଖୋଜ ହେବା ପରେ ଶାଶୁ କାଟିଲେ ଜିଭ

Published: Aug 18, 2020, 2:58 pm IST

ଝାଡଖଣ୍ଡ : ଝାଡଖଣ୍ଡରେ ଷରେଇକଳା – ଖରସୁଆଁ ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଅନ୍ଧବିଶ୍ବାସ ସାମ୍ନାକୁ ଆସିଛି । ଏଠାରେ ଜଣେ  ଶାଶୁ ନିଜ ବୋହୂ ଘରୁ ନିଖୋଜ ହୋବ ପରେ ଶାଶୁ ଜଣକ ନିଜ ଜିଭ କାଟି ଭଗବାନଙ୍କ ଶିବ ଶଙ୍କର ଫଟୋ ସାମ୍ନାରେ ଅର୍ପଣ କରିଛନ୍ତି । ଏପରି କରିବା ଦ୍ବାରା ତାଙ୍କ ବୋହୂ ଘରକୁ ଫେରିଆସିବେ ବୋଲି ଶାଶୁ ଜଣକ କହିଛନ୍ତି । ଏହା ପରେ ମହିଳା ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ସଢେଇକଳା ଖରସୁଆଁ ଜିଲ୍ଲାର ଆରଆଇଟି ପୋଲିସ୍‌ ଷ୍ଟେସନର ଏନ୍‌ଆଇଟି ପରିସରରେ ଘଟିଛି । ପୋଲିସ ସୂଚନାନୁସାରେ ସମ୍ପୃକ୍ତା ମହିଳା ଜଣକ ବୋହୂ ଅଗଷ୍ଟ 14 ତାରିଖ ଦିନ ସନ୍ଧ୍ୟା ସମୟରେ ନିଜ ସନ୍ତାନ ସହିତ କୁଆଡେ ପଳାଇଯାଇଛନ୍ତି ।

ଏହା ପରେ ବୋହୂଙ୍କୁ ବହୁ ଖୋଜାଖୋଜି ପରେ ତାଙ୍କର ଠିକଣା ନ ମିଳିବା ପରେ ଶାଶୁ ଜଣକ ଏପରି ଅନ୍ଧବିଶ୍ବାସକୁ ଆପଣାଇଛନ୍ତି । ମହିଳାଙ୍କର ଚିକିତ୍ସା ଚାଲିଥିବାବେଳେ ମହିଳା ଜଣକ ଘରୋଇ ସହାୟିକା ରୂପେ କାର୍ଯ୍ୟ କରୁଥିବାର ସୂଚନା ରହିଛି ।

ତେବେ ବୋହୂ ଜଣକ ନିଜ ପ୍ରେମିକ ସହିତ ଘରୁ ପଳାଇଥିବାର ସୂଚନା ମିଳିଥବାବେଳେ ନିଖୋଜ ହୋଇଥିବା ମହିଳାଙ୍କ ସ୍ବାମୀଙ୍କ ମତରେ ମହିଳା ଜଣକ ଶୌଚ ହେବା ପାଇଁ ଘରୁ ବାହାରିଥିଲେ । ସାଙ୍ଗରେ ଦେଢ ବର୍ଷର ସନ୍ତାନକୁ ଧରି କୁଆଡେ ପଳାଇଯାଇଛନ୍ତି । (ଏଜେନ୍ସି)

Related posts