ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 69ହଜାର 652ଜଣ ନୂତନ କରୋନା ରୋଗୀ ଚିହ୍ନଟ

Published: Aug 20, 2020, 10:45 am IST

ନୂଆଦିଲ୍ଲୀ : ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଏପର୍ଯ୍ୟନ୍ତ 28 ଲକ୍ଷ 36 ହଜାର 926 ଜଣ ଲୋକ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇସାରିଲେଣି । ଗତ 24 ଘଣ୍ଟା ମଧ୍ୟରେ, ଦେଶରେ ରେକର୍ଡ ସଂଖ୍ୟକ 69 ହଜାର 652 ଜଣ ନୂତନ କରୋନା ରୋଗୀ ଦେଶରେ ଚିହ୍ନଟ ହୋଇଛନ୍ତି | ସେହିପରି 977 ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଦେଶରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା  53 ହଜାର 994କୁ ବୃଦ୍ଧି ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦେଇଥିବା ସର୍ବଶେଷ ସୂଚନା ଅନୁଯାୟୀ, ଦେଶରେ ବର୍ତ୍ତମାନ 6 ଲକ୍ଷ 86 ହଜାର 395 ଜଣ ସକ୍ରିୟ ରୋଗୀ ରହିଛନ୍ତି । ଏବେ ସୁଦ୍ଧା ଦେଶରେ କରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା 20 ଲକ୍ଷ 96 ହଜାର 665 ରହିଛି ।  ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ 20.96 ଲକ୍ଷ ଲୋକ ସୁସ୍ଥ ହୋଇଥିବା ବେଳେ ଆରୋଗ୍ୟ ହାର 73.90 ପ୍ରତିଶତ ରହିଛି । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରର ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ରହିଥିବା ବେଳେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି ।

Related posts