ବିଧାୟିକାଙ୍କ ଦ୍ୱାରା କାର୍ଯ୍ୟାଦେଶ ବଣ୍ଟନ

Published: Aug 20, 2020, 4:35 pm IST

ପିଣ୍ଟୁ ବିଷୋୟୀ

ବେଗୁନିଆପଡା: ବେଗୁନିଆପଡା ବ୍ଲକରେ ବିଭିନ୍ନ ଉର୍ଣ୍ଣୟନ ମୂଳକ କାର୍ଯ୍ୟର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ।ବିଧାୟିକା ନିଜସ୍ୱ ଆଞ୍ଚଳିକ ଉର୍ଣ୍ଣୟନ ପାଣ୍ଠିରୁ 15ଟି ପ୍ରକଳ୍ପ ପାଇଁ 31ଲକ୍ଷ ଟଙ୍କା , ସ୍ୱତନ୍ତ୍ର ଉର୍ଣ୍ଣୟନ ପାଣ୍ଠିରୁ 3ଟି ପ୍ରକଳ୍ପ ପାଇଁ 7.5 ଲକ୍ଷ ଓ କ୍ରିଟିକାଲ ଗେଭରୁ 3ଲକ୍ଷ ଟଙ୍କାରେ ଗୋଟିଏ ପ୍ରକଳ୍ପର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ।ସାମାଜିକ ଦୂରତ୍ୱ ଅବଲମ୍ବନ କରି କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ବିଧାୟିକା। କାର୍ଯ୍ୟାଦେଶ ବଣ୍ଟନ ସମୟରେ ବେଗୁନିଆପଡା ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ଅଧ୍ୟକ୍ଷ। ପ୍ରତିନିଧି ଵିଜୟ କୁମାର ଦୋରା, ପୂର୍ବତନ ଜିଲାପରିସଦ ସଦସ୍ୟ ତ୍ରିନାଥ ଭୂୟାଁ, ନିର୍ବାହି ଯନ୍ତ୍ରୀ ପ୍ରଦୀପ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

Related posts