
ନୂଆଦିଲ୍ଲୀ : ମହାରାଜା ଏକ୍ସପ୍ରେସର ଯାତ୍ରା ଦୁନିଆର ସବୁଠୁ ବିଳାସ ବ୍ୟସନ ଓ ମହଙ୍ଗା ଟ୍ରେନ ଯାତ୍ରା ରୂପେ ମନାଯାଇଥାଏ । ଏହି ଟ୍ରେନ୍ର ଭବ୍ୟତା ଆଗରେ ପାଞ୍ଚତାରକା ହୋଟେଲର ଚମକ ମଧ୍ୟ ଫିକା ପଡିଯିବ । ଏହି ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ରାଜା-ମହାରାଜାଙ୍କ ପରି ସୁବିଧା ଦିଆଯାଇଥାଏ । ଏହି ଯାତ୍ରାରେ ଜଣେ ଯାତ୍ରୀ ଶାହୀ ଯାତ୍ରାର ଆନନ୍ଦ ଉଠାଇପାରିବେ । ଏହି ଟ୍ରେନ୍ ବହୁବାର ଓ୍ବାଲ୍ଡ ଟ୍ରାଭେଲ୍ ଆଓ୍ବାର୍ଡର ସମ୍ମାନ ଜିତି ସାରିଛି । ଏହି ଟ୍ରେନ୍ରେ ଯାତ୍ରା କରିବା ପାଇଁ ଏକ ଟିକେଟ୍ରେ ମୂଲ୍ୟ 18 ଲକ୍ଷ ପର୍ଯ୍ୟନ୍ତ ରହିଛି । ତେବେ ଟିକେଟ୍ରେ ମୂଲ୍ୟରେ ଉତ୍ଥାନ ପତନ ରହିଥାଏ । ଆସନ୍ତୁଜାଣିବା ଏହି ବିଳାସପୂର୍ଣ୍ଣ ଟ୍ରେନ୍ ଯାତ୍ରା ସମ୍ପର୍କରେ…
2010 ମସିହାରେ ଯାତ୍ରୀଙ୍କୁ ବିଳାସପୂର୍ଣ୍ଣ ଟ୍ରେନ୍ ଯାତ୍ରାର ଆନନ୍ଦ ଦେବା ପାଇଁ ମହାରାଜା ଏକ୍ସପ୍ରେସ୍ ଆରମ୍ଭ କରାଯାଇଥିଲା । ଏକ କିଲୋମିଟର ଲମ୍ବ ଏହି ଟ୍ରେନ୍ରେ ମୋଟ୍ 23ଟି ଡବା ରହିଛି । ଏହି 23 ଡବାରେ ମାତ୍ର 88 ଜଣ ଯାତ୍ରୀ ଯାତ୍ରା କରିପାରିବେ । ଯାତ୍ରୀଙ୍କୁ ସଂଖ୍ୟା ଏହି ଟ୍ରେନ୍ରେ କମ୍ ରଖାଯିବାର କାରଣ ପର୍ଯ୍ୟାପ୍ତ ପରିମାଣର ସୁବିଧା ସୁଯୋଗର ଲାଭ ପାଇପାରିବା ।
ମହାରାଜ ଏକ୍ସପ୍ରେସ୍ର ରୁଟ୍ – ଏହି ଶାହୀ ଟ୍ରେନ୍ ଯାତ୍ରୀଙ୍କୁ ଦିଲ୍ଲୀ, ଆଗ୍ରା, ବିକାନେର୍, ଫତେଫୁର ସିକ୍ରି, ଓର୍ଛା, ଖଜୁରାହୋ, ଜୟପୁର,ଯୋଧପୁର, ଉଦୟପୁର,ରନ୍ଥମ୍ବୋର, ବାରାଣାସୀ ଓ ମୁମ୍ବାଇର ଦର୍ଶନ କରାଇଥାଏ । ତେବେ ଯାତ୍ରା ସମୟରେ ଯାତ୍ରୀଙ୍କୁ ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲ୍, ରାଜସ୍ଥାନର ସିଟି ପ୍ୟାଲେସନ୍, ରାମବାଗ୍ ପ୍ୟାଲେସ୍ ହୋଟେଲ୍ ସମେତ ବହୁ ପଞ୍ଚତାରକା ହୋଟେଲରେ ସୁବିଧା ଦିଆଯାଇଥାଏ ।
ବର୍ତ୍ତମାନ ମହାରାଜା ଏକ୍ସପ୍ରେସ୍ ଚାରୋଟି ଟୁର୍ ପ୍ୟାକେଜ୍ ପ୍ରଦାନକରୁଛି । ଏଥିରେ ତିନି ପ୍ୟାକେଜ୍ରେ 7 ଦିନ ଓ 6 ରାତିର ସୁବିଧା ଉପଲବ୍ଧ ଥିବାବେଳେ ଗୋଟିଏ ପ୍ୟାକେଜ୍ରେ 4 ଦିନ 3 ରାତିର ସୁବିଧା ରହିଛି । ସମସ୍ତ ପ୍ୟାକେଜ୍ରେ ଅଲଗା ଅଲଗା ରେଟ୍ ରହିଛି ।
ଟ୍ରେନ୍ ବଗିର ଭିତରଟି ପୂରାପୂରି ଏକ ରାଜକୀୟ ହୋଟେଲ୍ ପରି ହୋଇଥାଏ । ଏହି ଟ୍ରେନ୍ରେ ଅନ୍ବୋର୍ଡ ରେସ୍ତୋରାଁ, ଡିଲକ୍ସ କ୍ୟାବିନ୍, ଜୁନିୟର ସୁଇଟ୍ ଓ ଲଞ୍ଚ ବାର୍ ପରି ବହୁ ବିଳାସପୂର୍ଣ୍ଣ ସୁବିଧା ଉପଲବ୍ଧ ହୋଇଥାଏ । ମହାରାଜା ଏକ୍ସପ୍ରେସ୍ ଯାତ୍ରା ସମୟରେ ଯାତ୍ରୀଙ୍କୁ ଭାରତ ଦର୍ଶନ କରାଇଥାଏ ।
ମହାରାଜା ଏକ୍ସପ୍ରେସ୍ ଟ୍ରେନ୍ରେ 88 ଜଣ ଯାତ୍ରୀଙ୍କ ପାଇଁ ମୋଟ୍ 43 ଜଣ ଗେଷ୍ଟ କ୍ୟାବିନ୍ ରହିଛି । ଯେଉଁଥିରେ 20 ଡିଲକ୍ସ କ୍ୟାବିନ୍, 18 ଜୁନିୟରସୁଇଟ୍, 4 ସୁଇଟଓ 1 ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍ ସୁଇଟ୍ ରହିଛି । ପ୍ରତ୍ୟେକ କ୍ୟାବିନ୍ରେ ମାତ୍ର ଦୁଇଜଣଙ୍କୁ ଏହି ଯାତ୍ରାର ସୁବିଧା ଦିଆଯାଇଥାଏ । ତେବେ ପ୍ରେସିଡେଣ୍ଟିଆଲ୍ ସୁଇଟ୍ ଏକମାତ୍ର କ୍ୟାବିନ୍ ଯେଉଁଥିରେ 4 ଜଣ ଯାତ୍ରା କରିପାରିବେ । ସବୁଠାରୁ ମହଙ୍ଗା କ୍ୟାବିନ୍ ମଧ୍ୟରେ ଏହା ଅନ୍ୟତମ ।
ଡିଲକ୍ସ କ୍ୟାବିନ୍ : ମହାରାଜା ଏକ୍ସପ୍ରେସ୍ରେ 20 ଡିଲକ୍ସ କ୍ୟାବିନ୍ ରହିଛି । ଏଥିରେ ଯାତ୍ରୀଙ୍କୁ ପଞ୍ଚତାରକା ହୋଟେଲ୍ ପରି ସୁବିଧା ସୁଯୋଗ ଦିଆଯାଇଥାଏ । ଏହି କ୍ୟାବିନ୍ଗୁଡିକ ଏୟାର କଣ୍ଡିସନ୍ର ହୋଇଥିବାବେଳେ ଏଲ୍ସିଡି ଟିଭି, ଇଣ୍ଟରନ୍ୟାସନାଲ୍ କଲିଂ ପରି ସୁବିଧା, ଇଣ୍ଟରନେଟ୍, ଇଲ୍କୋଟ୍ରୋନିକ୍ ଲକର୍, ଆଲମାରୀ ଓ ଥଣ୍ଡା ଓ ଗରମ ସହିତ ପ୍ରାଇଭେଟ୍ ବାଥୁରମର ସୁବିଧା ଉପଲବ୍ଧ ରହିଥାଏ । ଏହାର ଅଧିକତମ ମୂଲ୍ୟ 4 ଲକ୍ଷ 83 ହଜାର 240 ଟଙ୍କା ରହିଛି ।
ମହାରାଜା ଏକ୍ସପ୍ରେସ୍ରେ 18ଟି ଜୁନିଅର ସୁଇଟ୍ ରହିଛି । ଯେଉଁଥିରେ ଯାତ୍ରୀଙ୍କୁ ବଡ ବଡ ଝରକା ସହିତ ଡିଲକ୍ସ କ୍ୟାବିନ୍ ତୁଳନାରେ ଅଧିକ ଜାଗା ମିଳିଥାଏ । ଏହି କ୍ୟାବିନ୍ ବାହାରରୁ ଭବ୍ୟ ଓ ସୁନ୍ଦର ଦେଖାଯାଇଥାଏ । ଜୁନିଅର ସୁଇଟ୍ କ୍ୟାବିନ୍ରେ ଡବଲ୍ ବେଡ୍ର ସୁବିଧା ସହିତ ଇଣ୍ଟରନ୍ୟାସନାଲ କଲିଂ, ଏଲ୍ସିଡି ଟିଭି, ଏସି, ଥଣ୍ଡା ଓ ଗରମ ସହିତ ପ୍ରାଇଭେଟ୍ ବାଥରୁମ୍ ଓ ଆଲମାରୀର ସୁବିଧା ରହିଛି । ଏହି କ୍ୟାବିନ୍ର ଅଧିକତମ ମୂଲ୍ୟ 7 ଲକ୍ଷ 53 ହଜାର 820 ରହିଛି ।
ମହାରାଜା ଏକ୍ସପ୍ରେସ୍ରେ 4ଟି ସୁଇ୍ଟ୍ ରହିଛି । ଏହି କ୍ୟାବିନ୍ରେ ଅନ୍ୟ ସମସ୍ତ ସୁବିଧା ସହିତ ମିନି ବାର, ବାଥଟବ୍, ସ୍ମୋକ୍ ଆଲାର୍ମ ଓ ଡାକ୍ତରଙ୍କ ସୁବିଧା ରହିଛି । ଏହି ସୁଇଟ୍ର ଅଧିକତମ ମୂଲ୍ୟ 10ଲକ୍ଷ 51 ହଜାର 840 ରହିଛି ।
ମହାରାଜା ଏକ୍ସପ୍ରେସ୍ରେ ଗୋଟିଏ ମାତ୍ର ପ୍ରେସିଡେଣ୍ଟିନ୍ସିଆଲ୍ ସୁଇଟ୍ ରହିଛି । ଏହି ସୁଇଟ୍ରକୁ ନବରତ୍ନ ନାମରେ ଜଣାଶୁଣା । ଏହି ସୁଇଟ୍ କୌଣସି ରାଜମହଲ୍ଠାରୁ କମ୍ ନୁହେଁ । ଏଥିରେ ଦୁଇଟି ବେଡରୁମ୍ ଓ ଅଲଗା ବାଥରୁମ୍ର ସୁବିଧା ରହିଛି । ଏଥିରେ ଓ୍ବଟଲର୍ଏ ବାର୍ ସମେତ ଅନ୍ୟାନ୍ୟ ସୁବିଧା ରହିଛି । ମହାରାଜା ଏକ୍ସପ୍ରେସ୍ରେ ଦୁଇଟି ରେସ୍ତୋରାଁ ରହିଛି । ଏହାର ନାମ ମୋର ମହଲ୍ ଓ ରଙ୍ଗମହଲ୍ । ଏହି ଦୁଇ ରେସ୍ତୋରାଁର ଭବ୍ୟତା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ।ଏଥିରେ 24 କ୍ୟାରେଟ୍ ସୁନାରଆବରଣ ଥିବା ବାସନରେ ଖାଦ୍ୟ ପରସା ଯାଇଥାଏ । ଏହି ଦୁଇ ରେସ୍ତୋରାଁରେ ଇଣ୍ଡିଆନ୍, ଚାଇନିଜ୍, କଣ୍ଟିନେଣ୍ଟାଲ୍ ଓ ମେଓ୍ବାଡି ଖାଦ୍ୟ ମିଳିଥାଏ । ଏହା ସହିତ ଏଠଶରେ ଡ୍ରିଙ୍କ୍ର ମଜା ମଧ୍ୟ ମିଳିଥାଏ । ଏଠାରେ ଦୁନିଆର ସମସ୍ତ ଭଲ ବ୍ରାଣ୍ଡ ଉପଲବ୍ଧ ରହିଥାଏ । ମହାରାଜା ଏକ୍ସପ୍ରେସ୍ରେ ବୋର୍ ହେଉଥିବା ଯାତ୍ରୀଙ୍କ ପାଇଁ ଏକ ଖାସ୍ କ୍ୟାବିନ୍ ରହିଛି । ଯାହାର ନାମ ସଫାରୀ ବାର୍ ରଖାଯାଇଛି । ଏଠାରେ ଭିନ୍ନ ପ୍ରକାରର ଖେଳ ଖେଳି ହେବ । (ଏଜେନ୍ସି)