କରୋନା ଅପଡେଟ୍‌ : ଗତ 24 ଘଣ୍ଟାରେ ଦେଶରେ ରେକର୍ଡ ସଂଖ୍ୟକ 77 ହଜାର 266 ଆକ୍ରାନ୍ତ ଚିହ୍ନଟ

Published: Aug 28, 2020, 10:47 am IST

ନୂଆଦିଲ୍ଲୀ : ଦେଶରେ ରେକର୍ଡ ଭାଙ୍ଗୁଛି କରୋନା । ଗୋଟିଏ ଦିନରେ ରେକର୍ଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ 24 ଘଣ୍ଟା ମଧ୍ୟରେ 77 ହଜାର 266 ନୂଆ ପଜିଟିଭ୍ । ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 33 ଲକ୍ଷ 87 ହଜାର 501କୁ ବୃଦ୍ଧି ପାଇଛି । ସେହିପରି ଗତ 24 ଘଣ୍ଟାରେ 1 ହଜାର 57ଜଣଙ୍କ ଜୀବନ ନେଇଛି କରୋନା । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 61 ହଜାର 529ଜଣ ପ୍ରାଣ ହରାଇଛନ୍ତି । ତେବେ ଦେଶରେ କରୋନା ମୃତ୍ୟୁହାର 1.82 % ରହିଥିବାବେଳେ ସୁସ୍ଥ ହାର ରହିଛି 76.28% । ସେହିପରି ସକ୍ରିୟ ଆକ୍ରାନ୍ତଙ୍କ ହାର ରହିଛି 21.90% ।

Related posts