ୟୁଜି ଓ ପିଜି ପରୀକ୍ଷାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ

Published: Aug 28, 2020, 11:33 am IST

ନୂଆଦିଲ୍ଲୀ : ଚଳିତ ବର୍ଷ ସମସ୍ତ ୟୁଜି ଏବଂ ପିଜି ପରୀକ୍ଷା ଅନୁଷ୍ଠିତ ହେବ । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ କମିଟି ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବ ଧାର୍ଯ୍ୟ ସମୟରେ ପରୀକ୍ଷା ହେବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି ।  ବିନା ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ରଖିଛନ୍ତି ।  ତେବେ ପରୀକ୍ଷା କେବେ ହେବ ସେ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ରାଜ୍ୟ ସରକାରଙ୍କର ରହିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଇଛନ୍ତି । ମହାମାରୀକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ରାଜ୍ୟ ସରକାର ସ୍ଥିର କରିବେ ବୋଲି ନିର୍ଦ୍ଦେଶ ରହିଛି । ଏନେଇ ୟୁଜିସି ସହିତ ଆଲୋଚନା କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବର 30 ମଧ୍ୟରେ ଶେଷ ବର୍ଷ ପରୀକ୍ଷା କରାଇବା ପାଇଁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

Related posts