ଅବସର ନେବେ ଜଷ୍ଟିସ ଅରୁଣ କୁମାର ମିଶ୍ର, ଜାଣନ୍ତୁ ବିଦାୟ ସମ୍ବର୍ଦ୍ଧନାକୁ ସେ କାହିଁକି କଲେ ମନା

Published: Aug 31, 2020, 8:01 am IST
ନୂଆଦିଲ୍ଲୀ : ଏହି ସପ୍ତାହରେ ଅବସର ନେବାକୁ ଯାଉଥିବା ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର କୋଭିଡ -19 ମହାମାରୀ କାରଣରୁ ବିଭିନ୍ନ ବାର ତରଫରୁ ଆସିଥିବା ବିଦାୟ ସମ୍ବର୍ଦ୍ଧନା ଆମନ୍ତ୍ରଣକୁ ମନା କରି ଦେଇଛନ୍ତି। ଜଷ୍ଟିସ ଅରୁଣ ସେପ୍ଟମ୍ବର 2 ତାରିଖରେ ଅବସର ଗ୍ରହଣ କରୁଛନ୍ତି।

ସୁପ୍ରିମକୋର୍ଟ ବାର୍ ଆସୋସିଏସନ୍ ଏବଂ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ବାର୍ ର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରି ଜଷ୍ଟିସ୍ ମିଶ୍ର କହିଛନ୍ତି ଯେ ମୋର ଅବସର ପୂର୍ବରୁ ପ୍ରସ୍ତାବିତ ବିଦାୟ କାର୍ଯ୍ୟକ୍ରମରେ ମୋତେ ନିମନ୍ତ୍ରଣ କରିଥିବାରୁ ମୁଁ ଆପଣଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

“ମୁଁ ବାରକୁ ନ୍ୟାୟପାଳିକାର ମାତା ଭାବରେ ବିବେଚନା କରିଆସୁଛି ଏବଂ ଏହି କାର୍ଯ୍ୟକ୍ରମରେ ଯୋଗଦେବା ଅତ୍ୟନ୍ତ ଆନନ୍ଦଦାୟକ ଅଟେ। ତଥାପି, କୋଭିଡ -19 ମହାମାରୀ ହେତୁ ସାରା ବିଶ୍ୱରେ ଗୁରୁତର ପରିସ୍ଥିତି ପାଇଁ ମୋର ବିବେକ ମୋତେ କୈଣସି ବିଦାୟ କାର୍ଯ୍ୟରେ ଭାଗ ନେବାକୁ ଅନୁମତି ଦେଉ ନାହିଁ।

ବାର୍ ଆସୋସିଏସନକୁ ଲେଖିଥିବା ଏହି ଚିଠିରେ ସେ କହିଛନ୍ତି, “ତେଣୁ ମୁଁ କ୍ଷମା ମାଗୁଛି, ହେଲେ ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ପରିସ୍ଥିତି ସ୍ୱାଭାବିକ ହେଲେ ମୁଁ ବାର୍ ପରିଦର୍ଶନ କରିବି ଏବଂ ମୋର ସମ୍ମାନ ଜଣାଇବି।”

ଜୁଲାଇ 7, 2014 ରେ ସୁପ୍ରିମକୋର୍ଟର ବିଚାରପତି ହୋଇଥିବା ଜଷ୍ଟିସ ମିଶ୍ର ଅବସର ପୂର୍ବରୁ ଟେଲିକମ୍ କମ୍ପାନୀ ଦ୍ୱାରା ସରକାରଙ୍କୁ ଦେୟ ଦେବାର ସମୟ ସୀମା ଏବଂ ଓକିଲ ପ୍ରଶାନ୍ତ ଭୂଷଣଙ୍କ ଦଣ୍ଡାଦେଶ ସମେତ କେତେକ ପ୍ରମୁଖ ମାମଲାରେ ବିଚାର କରିବେ।

Related posts