ଭୁବନେଶ୍ବର : ଆଜି ରାଜ୍ୟରୁ 11ଜଣଙ୍କ ଜୀବନ ନେଇଛି କରୋନା । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 3ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଳାରୁ 2ଜଣ, ବାଲେଶ୍ବର, ଭଦ୍ରକ, ଜଗତସିଂହପୁର, ପୁରୀ, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଗଞ୍ଜାମର ତିନି ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଅନ୍ୟ ଦୁଇଜଣ ପୁରୁଷ। 63 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଙଥିବାବେଳେ ଅନ୍ୟ ଦୁଇ ମୃତକଙ୍କ ବୟସ ଯଥାକ୍ରମେ 35ଓ 56 ବର୍ଷ ବୋଲଇ ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ଆଜି ଦୁଇଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ 57 ବର୍ଷୀୟ ମହିଳା ଥିବାବେଳେ ଅନ୍ୟ ଜଣେ 62 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି ।
ସମ୍ବଲପୁରର ମୃତ୍ୟୁ ଆକ୍ରାନ୍ତ ଜଣକ 58 ବର୍ଷୀୟା ମହିଳା ହୋଇଥିବାବେଳେ ରାୟଗଡାରୁ 64 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି । ସେହିପରି ପୁରୀର 52 ବର୍ଷୀୟ ପୁରୁଷ, ଜଗତସିଂହପୁରରୁ 90 ବର୍ଷୀୟ ପୁରୁଷ ରହିଛନ୍ତି । ବାଲେଶ୍ବରର ମୃତକଙ୍କ ବୟସ 57 ବର୍ଷ ବୋଲି ସୂଚନା ରହିଛି । ଭଦ୍ରକରୁ ମୃତକ ଜଣକ 57 ବର୍ଷୀୟ ପୁରୁଷ ବୋଲି ସୂଚନା ରହିଛି ।
ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 514କୁ ବୃଦ୍ଧି ହୋଇଛି ।