ବିଗତ 24 ଘଣ୍ଟା ମଧ୍ୟରେ 78 ହଜାରରୁ ଉର୍ଦ୍ଧ୍ବ ନୂତନ ଆକ୍ରାନ୍ତ ଚିହ୍ନଟ

Published: Sep 2, 2020, 12:05 pm IST

ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 78 ହଜାର 357ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1045ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା 37 ଲକ୍ଷ 69ହଜାର 524କୁ ବୃଦ୍ଧି ପାଇଛି। ସେହିପରି ଦେଶର ମୋଟ୍ କରୋନା ମୃତ୍ୟୁ ସଂଖ୍ୟା 66 ହଜାର 333ରେ ପହଞ୍ଚିଛି। ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଦେଶରେ 29ଲକ୍ଷ 1909 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହପରି ବର୍ତ୍ତମାନ ସୁଦ୍ଧା 8ଲକ୍ଷ 1282ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ଆଇସିଏମ୍‌ଆରର ସୂଚନା ଅନୁସାରେ ଦେଶରେ କରୋନା ଭାଇରସର 54 ପ୍ରତିଶତ ମାମଲା 18 ବର୍ଷରୁ 44 ବର୍ଷଙ୍କ ମଧ୍ୟରେ ରହିଥିବାବେଳେ 51 ପ୍ରତିଶତ ମାମଲା 60 ବର୍ଷ ବା ତତୁର୍ଦ୍ଦ୍ୟ ରହିଛନ୍ତି । ଦେଶର ମୃତ୍ୟୁଦର ହ୍ରାସ ହୋଇ 1.76%ରେ ରହିଥିବାବେଳେ ଆକ୍ଟିଭ୍‌ କେସ୍‌ ହାର ମଧ୍ 21%ରେ ରହିଛି । ସେହିପରି ସୁସ୍ଥ ହାର 77%ରେ ପହଞ୍ଚିଛି ।

Related posts