Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜଧାନୀବାସୀଙ୍କ ଅଭିଯୋଗ, ବହୁ ଲୋକଙ୍କ କରୋନା ପରୀକ୍ଷା ହୋଇ ପାରୁନାହିଁ
ବିଶେଷ ଖବର

ରାଜଧାନୀବାସୀଙ୍କ ଅଭିଯୋଗ, ବହୁ ଲୋକଙ୍କ କରୋନା ପରୀକ୍ଷା ହୋଇ ପାରୁନାହିଁ

September 5, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link

କେଦାର ମିଶ୍ର

କରୋନା ର ଖବର ଓ କରୋନାର ଅନୁଭବ ଦୁଇଟି ଭିନ୍ନ କଥା। ଆଗରୁ ଆମେ କରୋନାକୁ ଖବର ଭାବରେ ଶୁଣୁଥିଲୁ। ଏବେ ନିଜ ପରିବାର ଲୋକ ଓ ବନ୍ଧୁ ବାନ୍ଧବ ସେଥିରେ କଷ୍ଟ ପାଉଥିବାର ଦେଖୁଛୁ। ଯେତେବେଳେ ଏହା ଖବର ଥିଲା, ସେତେବେଳେ ଲାଗୁଥିଲା, ସରକାରଙ୍କ ପାଖରେ ସବୁକିଛି ସୁବିଧା ମହଜୁଦ ଅଛି। ଲୋକଙ୍କ ଜୀବନ ବଞ୍ଚାଇବାକୁ ଓଡିଶା ସରକାର ନିଜକୁ ପ୍ରସ୍ତୁତ ରଖି ଥିବାର ଆଶ୍ଵାସନା ଆମ ପାଖରେ ଥିଲା। ତେବେ ଆଜି ହଠାତ ଖୁର୍ଦ୍ଧା ଜିଲାରେ ଏବଂ ବିଶେଷ କରି ରାଜଧାନୀରେ ଯେତେବେଳେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି, ସେତେବେଳେ ଆକ୍ରାନ୍ତଙ୍କ ଅସହାୟତା ମଧ୍ୟ ବଢୁଛି। ଅଗଷ୍ଟ ମାସ ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର ଯେଉଁ ତତ୍ପରତା ଥିଲା, ଏବେ ତାହା ଆଉ ଦେଖିବାକୁ ମିଳୁନି। ସରକାରଙ୍କ ସ୍ଵଘୋଷିତ “ହେଲ୍ପ ଲାଇନ” କୁ ଆଗରୁ ଫୋନ କଲା କ୍ଷଣି ତୁରନ୍ତ ସାହାଯ୍ୟ ମିଳୁଥିଲା। ଏବେ ଲକ୍ଷଣ ଦେଖାଦେବା ପରେ ଫୋନ କରୁଥିବା ବହୁ ଆକ୍ରାନ୍ତଙ୍କର ଅଭିଯୋଗ ହେଲା, ପରୀକ୍ଷା ପାଇଁ ଲୋକ ବହୁ ବିଳମ୍ବରେ ଆସୁଛନ୍ତି। ଅନେକ ସମୟରେ ଘରୋଇ ଡାକ୍ତରଖାନାରେ ପରୀକ୍ଷା କରାଇନିଅନ୍ତୁ ବୋଲି ସରକାରୀ ଉପଦେଶ ଶୁଣିବାକୁ ପଡୁଛି ବୋଲି ଜଣେ ବରିଷ୍ଠ ନାଗରିକ ଆମକୁ କହିଛନ୍ତି।

କରୋନା ପରୀକ୍ଷା ପରେ ଫଳାଫଳ ଜାଣିବାକୁ ୩/୪ ଦିନ ସମୟ ଲାଗୁଛି। ତାରି ଭିତରେ ଆକ୍ରାନ୍ତ ଯଦି ଗୁରୁତର ହୁଅନ୍ତି, ତାହେଲେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବ୍ୟବସ୍ଥା ନାହିଁ। ଆମେ ଆଉ ଜଣେ ଆକ୍ରାନ୍ତଙ୍କ ସହ କଥା ହୋଇ ବୁଝିଲୁ ଯେ- ତାଙ୍କର ଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ହେବାରୁ ସେ ବିକଳ ହୋଇ ହେଲ୍ପ ଲାଇନକୁ ଫୋନ କଲେ। ଫୋନ ପାଇବାର ୪ ଘଣ୍ଟା ପରେ ଯାଇ ଆମ୍ବୁଲାନ୍ସ ପହଞ୍ଚିଲା। ଡାକ୍ତରଖାନାରେ ବେଡ ସରିଯାଇଥିଲା ଓ ଭେଣ୍ଟିଲେଟର ମଧ୍ୟ ଖାଲି ନଥିଲା। କେବଳ ଭଗବାନଙ୍କ ଦୟାରୁ ମୁଁ ବଞ୍ଚିଗଲି ବୋଲି ସମ୍ପୃକ୍ତ ବ୍ୟକ୍ତି ଜଣକ କହିଛନ୍ତି। ଏମିତି ଆହୁରି ଅନେକ ଆକ୍ରାନ୍ତଙ୍କର ଯନ୍ତ୍ରଣାର କାହାଣୀ ଆମେ ପ୍ରତିଦିନ ଶୁଣୁଛୁ। ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଆଉ ସ୍ଵତନ୍ତ୍ର କରୋନା ବେଡ ଉପଲବ୍ଧ ନାହିଁ।

ଖୋର୍ଦ୍ଧା ଜିଲ୍ଲାରେ ବର୍ତ୍ତମାନ ରାଜ୍ୟର ସବୁଠୁ ଅଧିକ କରୋନା ଆକ୍ରାନ୍ତ ରହିଛନ୍ତି। ରାଜ୍ୟର ମୋଟ ସକ୍ରିୟ ଥିବା ୨୮,୭୪୩ ଆକ୍ରାନ୍ତଙ୍କ ଭିତରୁ କେବଳ ଖୋର୍ଦ୍ଧା ଜିଲାରେ ୭୨୦୩ ଆକ୍ରାନ୍ତ ରହିଛନ୍ତି। ଏଥିରୁ ଅଧିକାଂଶ ରାଜଧାନୀ ଭୁବନେଶ୍ବରର ବାସିନ୍ଦା। କେବଳ ଅଗଷ୍ଟ ମାସରେ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୧୫ ହଜାର ଆକ୍ରାନ୍ତ ବାହାରିଛନ୍ତି। ସ୍ଵାଭାବିକ ଭାବରେ ଏହାର ଚାପ ଡାକ୍ତରଖାନା ଓ କୋଭିଡ ସେଣ୍ଟର ଗୁଡିକ ଉପରେ ପଡିଛି। ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ହେଲେ ଆମର ସ୍ଵାସ୍ଥ୍ୟକର୍ମୀଙ୍କ ସଂଖ୍ୟା ସୀମିତ। ତଥାପି ଲୋକଙ୍କୁ ଏହି ସମୟରେ ତାଙ୍କ ଭାଗ୍ୟ ଉପରେ ଛାଡିଦେବା ଉଚିତ ହେବନାହିଁ।

ସରକାରୀ ଉଦ୍ୟମରେ ମୋବାଇଲ ଭ୍ୟାନ ଜରିଆରେ କରୋନା ପରୀକ୍ଷା କଥା କୁହା ଯାଉଛି। ତେବେ ଅନେକ ସ୍ଥାନରୁ ଅଭିଯୋଗ ଆସୁଛି ଯେ ଲକ୍ଷଣ ଅଛି ବୋଲି କହିଲେ ମଧ୍ୟ ପରୀକ୍ଷା କରିବାକୁ କେହି ଆସୁନାହାନ୍ତି। ଏକ ନିର୍ଦ୍ଦିଷ୍ଟ ଘଟଣାରେ ଗୋଟେ ପରିବାରର ମୁଖିଆଙ୍କୁ ଜ୍ଵର ହେଲା। ସେ ଏ ବିଷୟରେ ହେଲ୍ପ ଲାଇନକୁ ଫୋନ କରି ଜଣାଇଲେ। ଫୋନ ପାଇବାର ଦିନେ ପରେ ସରକାରୀ ପରୀକ୍ଷା ଦଳ ଆସିଲେ ଓ ତାଙ୍କର ପରୀକ୍ଷା କଲେ।ଫଳ ଜଣାପଡିବା ଭିତରେ ତାଙ୍କର ଜ୍ଵର ପ୍ରବଳ ହେଲା। ଘର ଭିତରେ ସେ ରହିଲେ ମଧ୍ୟ ପରିବାର ଲୋକେ ଏହା ଦ୍ଵାରା ଆକ୍ରାନ୍ତ ହେଲେ। ଦୁଇଦିନ ପରେ ପୋଜିଟିଭ ଫଳ ଜଣା ପଡିବା ବେଳକୁ ପରିବାରର ଅନ୍ୟମାନେ ମଧ୍ୟ ଆକ୍ରାନ୍ତ ହୋଇ ସାରିଥିଲେ। ତା ପରଠୁ ପରିବାର ଲୋକଙ୍କ ପରୀକ୍ଷା କରାଇବାକୁ ସେ ବ୍ୟକ୍ତି ଜଣକ ବାରମ୍ବାର ଫୋନ କରୁଛନ୍ତି। ହେଲେ ସାହାଯ୍ୟ ମିଳୁନି। ଜଣେ ଘରୋଇ ଡାକ୍ତରଙ୍କ ଟେଲି ପରାମର୍ଶ କ୍ରମେ ପୂରା ପରିବାର ଏବେ ଔଷଧ ଖାଉଛନ୍ତି। ହେଲେ ସେମାନେ ଯଦି ଗୁରୁତର ହୁଅନ୍ତି, ତାହେଲେ କଣ କରିବେ, ସେ ଚିନ୍ତାରେ ଏବେ ସେମାନେ ଅଧିକ ଚିନ୍ତିତ।

ଏମିତି ଅନେକ ଘଟଣା ଏବେ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଶୁଣିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ନିଜ ତଥ୍ୟ ଅନୁସାରେ ରାଜଧାନୀରେ ୧୫୪୪ଟି କୋଭିଡ ବେଡ ରହିଛି। ସେହି ତୁଳନାରେ କିନ୍ତୁ ପ୍ରାୟ ତିନିଗୁଣ ଅର୍ଥାତ ୪୮୩୭ ଆକ୍ରାନ୍ତ ଏବେ ସକ୍ରିୟ ଅଛନ୍ତି। ଅଧାରୁ ଅଧିକ ସକ୍ରିୟ ଆକ୍ରାନ୍ତ ଘରେ ରହି ଚିକିତ୍ସିତ ହେଉଛନ୍ତି। ଆମ ଘର ଗୁଡିକର ଅବସ୍ଥା ଯାହା ସେଥିରେ ଜଣକୁ ପୂରା ଅଲଗା କରି ରଖିବାର ସୁବିଧା ପ୍ରାୟ ଘରେ ନାହିଁ। ତେଣୁ ପରିବାରର ଜଣେ ଆକ୍ରାନ୍ତ ହେଲେ ବାକିମାନଙ୍କର ମଧ୍ୟ ପରୀକ୍ଷା ହେବା ଜରୁରୀ। ଅନେକ କ୍ଷେତ୍ରରେ ସେଥିରେ ମହାନଗର ନିଗମ ଅବହେଳା କରୁଥିବାର ଅଭିଯୋଗ ହେଉଛି।

ଏହା ଏକ ଅତ୍ୟନ୍ତ ଗୁରୁତର ଅଭିଯୋଗ। ରାଜଧାନୀରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ତା ଠୁ ଢେର ଅଧିକ ଲୋକଙ୍କର ପରୀକ୍ଷା ହୋଇ ପାରିନାହିଁ। ସରକାରୀ ସାହାଯ୍ୟ ପହଞ୍ଚିବାରେ ଡେରି ହେଉଥିବାରୁ ଲୋକେ ଘରୋଇ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇ ଠିକ ହେଉଛନ୍ତି। ଏହା ଅନେକ କ୍ଷେତ୍ରରେ ସଂକ୍ରମଣ ବଢାଇବାରେ ସହାୟକ ହେଉଛି।

ଆଜିର ସ୍ଥିତିରେ ଫୋନ ଆସିବା କ୍ଷଣି ଯଦି ଲୋକଙ୍କର ପରୀକ୍ଷା କରା ନଯାଏ ଓ ପୂରା ପରିବାରକୁ ଏଥିଲାଗି ପୂରା ଅଲଗା ରକ୍ଷା ନଯାଏ, ତାହେଲେ ଭବିଷ୍ୟତରେ ସଂକ୍ରମଣ ସ୍ଥିତି ଅଧିକ ଗମ୍ଭୀର ହେବ।

Share. Facebook Twitter LinkedIn Email WhatsApp Copy Link

Related Posts

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ଏଫସିଆରଏ ୨.୦ ପୋର୍ଟାଲ ଏବଂ ଇ-ଓସିଆଇ କାର୍ଡର ଶୁଭାରମ୍ଭ କଲେ ଅମିତ ଶାହ

July 1, 2026

ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ

June 30, 2026

ଆସନ୍ତାକାଲିଠାରୁ ବଦଳିବ ଏହି ପାଞ୍ଚଟି ନିୟମ: ଲୋକଙ୍କ ପକେଟକୁ କରିବ ପ୍ରଭାବିତ

June 30, 2026
Latest News

Six Lane Dwarka Tunnel: ଦ୍ୱାରକା ଏକ୍ସପ୍ରେସୱେରେ ନିର୍ମାଣ ହେବ ଛଅ ଲେନ ସୁଡଙ୍ଗ ପଥ

July 1, 2026

ମନରେଗା ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ, ୪୨ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ଦୁଇ ଯନ୍ତ୍ରୀ ଗିରଫ

July 1, 2026

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ନବରଙ୍ଗପୁର ୧୨ ଘଣ୍ଟିଆ ବନ୍ଦ: ମନ୍ତ୍ରୀଙ୍କ ଇସ୍ତଫା ଦାବି

July 1, 2026

ମହିଳାଙ୍କଠାରେ ଥାଇରଏଡ୍ ସମସ୍ୟା କାହିଁକି ଅଧିକ? ଜାଣନ୍ତୁ କାରଣ, ଲକ୍ଷଣ ଓ ସତର୍କତା

July 1, 2026

ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ‘ମହାନ ରେକର୍ଡ’ କରିବେ ଅଭିଷେକ ଶର୍ମା: ମାତ୍ର କିଛି ପାଦ ଦୂରରେ

July 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.