ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା  70 ହଜାର ଡେଇଁଲା

Published: Sep 6, 2020, 9:54 am IST

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା70ହଜାର ଡେଇଁଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ ଗତ 24 ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ 90 ହଜାର 633 ଜଣ ଆକ୍ରାନ୍ତଚିହ୍ନଟ ହୋଇଥିବାବେଳେ 1065 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 8 ଲକ୍ଷ 62 ହଜାର 320 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 31 ଲକ୍ଷ 80 ହଜାର 865 । ସେହିପରି ଦେଶରେ  ମୃତ୍ୟୁ ସଂଖ୍ୟା 70 ହଜାର 626ରେ ପହଞ୍ଚିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା 41 ଲକ୍ଷ 13 ହଜାର 812କୁ ବୃଦ୍ଧି ହୋଇଛି ।

ଦେଶରେ ସର୍ବାଧିକ ସକ୍ରିୟ ଆକ୍ରାନ୍ତ ମହାରାଷ୍ଟ୍ରରେର ହିଁ ରହିଛନ୍ତି । ମହାରାଷ୍ଟ୍ରରେ ପ୍ରାୟ ଦୁଇ ଲକ୍ଷରୁ ଅଧିକ ସଂକ୍ରମିତଙ୍କ ଚିକିତ୍ସା ଚାଲୁରହିଛି । ଏହାପରେ ଦ୍ବିତୀୟ ସ୍ଥାନରେ ରହିଛି ତାମିଲନାଡୁ ଏଠାରେ ଦ୍ବିତୀୟ ସର୍ବାଧିକ ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ଏହା ପଛକୁ ରହିଛି ଦିଲ୍ଲୀ । ସେହିପରି ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଯଥାକ୍ରମେ ରହିଛି ଗୁଜୁରାଟ ଓ ପଶ୍ଚିମବଙ୍ଗ । (ଏଜେନ୍ସି)

Related posts