ଭୀଲଓ୍ବାଡାରେ ଭ୍ୟାନ୍‌ ଓ ଟ୍ରଲର ଧକ୍କା : 7 ମୃତ

Published: Sep 6, 2020, 10:12 am IST

ଭୀଲଓ୍ବାଡ଼ା : ରାଜସ୍ଥାନରେ ଭୀଲଓ୍ବାଡ଼ା ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଘଟଣାରେ 7ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମିଳିଥିବା ସୂଚନା ଅନୁସାରେ, ଭୀଲଓ୍ବାଡାର ବିଜୋଲିଆ ଥାନା ଅଞ୍ଚଳରେ ଏହି ଘଟଣାଟି ଘଟିଛି । ଭୀଲଓ୍ବାଡା – କୋଟା ରାଜପଥର ନୟାନଗର ନିକଟରେ ଏକ ମାରୁତି ଭ୍ୟାନ୍‌ ଓ ଟ୍ରଲର୍‌ ମଧ୍ୟରେ ଧକ୍କା ହୋଇଥିଲା । ଏହି ଧକ୍କା ହେବା ଫଳରେ ଭ୍ୟାନ୍‌ରେ ରହିଥିବା 7ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଚାରିଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ବିଜୋଲିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରୁ ଛଅ ଜଣଯାକ ଭିଲଓ୍ବାଡା ଗ୍ରାମର ସିଙ୍ଗୋଲୀ ଗ୍ରାମର ହୋଇଥିବାବେଳେ ଜଣେ ସଲାବାଟିଆ ଗ୍ରାମର ବୋଲି ସୂଚନା ରହିଛି । (ଏଜେନ୍ସି)

Related posts