ଆସନ୍ତା 12 ତାରିଖଠାରୁ 80ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ

Published: Sep 6, 2020, 2:35 pm IST

ନୂଆଦିଲ୍ଲୀ : କରୋନା କାରଣରୁ ଅଚଳ ହୋଇଥିବା ଭାରତୀୟ ରେଳ ସେବା ଧୀରେ ଧୀରେ କାର୍ଯ୍ୟକ୍ଷମ ହେବାରେ ଲାଗିଛି । ଅନଲକ୍ 4.0ର ଘୋଷଣା ପରେ ଆସନ୍ତା 12 ତାରିଖରୁ 80ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ନେଇ ଭାରତୀୟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି । ରେଳବାଇ ବୋର୍ଡ ଚେୟାରମ୍ୟାନ ଭିକେ ଯାଦବ ଶନିବାର ଏହି ଘୋଷଣା କରିଛନ୍ତି । 12 ତାରିଖରୁ ଏହି ଟ୍ରେନ ଗୁଡିକ ଚାଲିବ ଏବଂ 10 ତାରିଖରୁ ଏହାର ଅଗ୍ରୀମ ବୁକିଂ ସେବା ଆରମ୍ଭ କରାଯିବ ବୋଲି ଯାଦବ ସୂଚନା ଦେଇଛନ୍ତି। ଭାରତୀୟ ରେଳବାଇ ପକ୍ଷରୁ ବର୍ତ୍ତମାନ 230ଟି ସ୍ୱତନ୍ତ୍ର ଟ୍ରେନେ ଚଳାଯାଉଛି । ବିଭିନ୍ନ ପରୀକ୍ଷାକୁ ଦୃଷ୍ଟିରେ ରଖି ଏହି ଟ୍ରେନ ସେବା ଆରମ୍ଭ କରାଯାଇଥିବା ଯାଦବ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, 80 ଟ୍ରେନ ମଧ୍ୟରେ ପୁରୀରୁ ଦୁର୍ଗ ଏବଂ ଦୁର୍ଗରୁ ପୁରୀ ଯାଉଥିବା ଦୈନିକ ଟ୍ରେନ ରହିଛି ।

Related posts