ସ୍ତ୍ରୀର ପ୍ରେମିକକୁ କୋଦାଳରେ ମାରି ହତ୍ୟା କଲା ସ୍ବାମୀ

Published: Sep 6, 2020, 2:51 pm IST

ମିର୍ଜାପୁର : ପତ୍ନୀର ଅବୈଧ ସମ୍ପର୍କକୁ ନେଇ ସ୍ବାମୀ ଜଣକ  ରାଗରେ ଜଘନ୍ୟ କାଣ୍ଡ ଘଟାଇଛନ୍ତି । ସ୍ତ୍ରୀର ଅବୈଧ ସମ୍ପର୍କରେ ଜାଣିବା ପରେ ସ୍ତ୍ରୀର ପ୍ରେମିକକୁ କୋଦାଳରେ ହତ୍ୟା କରିଛି ସ୍ବାମୀ । ତେବେ ସ୍ବାମୀ ଜଣକ ହତ୍ୟା କରିବା ପୂର୍ବରୁ  ସ୍ତ୍ରୀର ପ୍ରେମିକ ସହିତ ବିଡି ପିଇଥିଲେ । ବିଡି ପିଇସାରିବା ପରେ ରାଗରେ କୋଦାଳରେ ମାରି ହତ୍ୟା କରିଥିଲେ। ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାରେ ଘଟିଥିବାବେଳେ ମିର୍ଜାପୁର ପୋଲିସ୍‌ ଏହି ଜମାଲପୁରର ହୋଇଥିବା ହତ୍ୟାକାଣ୍ଡର ଖୁଲାସା କରିଛି । ଅଗଷ୍ଟ 20 ତାରିଖ ଦିନ ବିନ୍ଦପୁରବା ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଥିବାର ସୂଚନା ରହିଛି ।

Related posts