ଭୁବନେଶ୍ବର : ଏଣିକି ଦିନ ସାଢ଼େ 10ରୁ ଖୋଲିବ ମଦ ଦୋକାନ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦୋକାନ କାଟାଗୋରୀ ମଧ୍ୟରେ ବିଦେଶୀ ଓ ଦେଶୀ ମଦ ଦୋକାନ ରହିଛି। ଏହି ସମୟ ମଧ୍ୟରେ ଗ୍ରାହକମାନେ କାଉଣ୍ଟରରୁ ସିଧାସଳଖ କିଣି ପାରିବେ ମଦ। କଣ୍ଟେନମେଣ୍ଟ ଜୋନ ଅଞ୍ଚଳକୁ ଛାଡି ସବୁ ଅଞ୍ଚଳରେ ଦୋକାନ ଖୋଲା ଯିବ କିନ୍ତୁ ମାସ୍କ ନ ପିନ୍ଧିଲେ ଗ୍ରାହକଙ୍କୁ ମଦ ମିଳିବନି ବୋଲି ସୂଚନା ରହିଛି ।
ସେହିପରି ମଦର ଅନଲାଇନ ବୁକିଂ ମଧ୍ୟ ଜାରି ରହିବ। ପୂର୍ବ ଭଳି ହୋମ୍ ଡେଲିଭରୀ ସୁବିଧା ଜାରି ରହିବ। ଲୋକ ଗହଳି କମାଇବା ପାଇଁ ମଦ ଦୋକାନ ଆଗରେ ବ୍ୟାରିକେଡ ବ୍ୟବସ୍ଥା କରାଯାଇପାରିବ। ମଦ ଦୋକାନର ସମସ୍ତ ଷ୍ଟାଫ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ। ପୂର୍ବରୁ ସକାଳ 7ରୁ ସଂଧ୍ୟା 6ଟା ଯାଏ ଦୋକାନ ଖୋଲା ରହୁଥିଲା।
Tags: