Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିବାହର ପନ୍ଦର ଦିନ ପରେ ବିବାହ କରାଇଥିବା ବ୍ରାହ୍ମଣ ସହିତ ନବବଧୂ ଫେରାର୍‌
ଆଜିର ଖବର

ବିବାହର ପନ୍ଦର ଦିନ ପରେ ବିବାହ କରାଇଥିବା ବ୍ରାହ୍ମଣ ସହିତ ନବବଧୂ ଫେରାର୍‌

September 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ସିରୋଞ୍ଜ କେ ଟୋରୀ ବାଗରୋଦରୁ ଏକ ଆଶ୍ଚର୍ଯ୍ୟଚକିତ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ନବବିବାହିତା କନ୍ୟା  ବିବାହର 15 ଦିନରେ ବିବାହ କରାଇଥିବା ବ୍ରାହ୍ମଣ ସହିତ ଫେରାର୍‌ ହୋଇଛନ୍ତି ।

21 ବର୍ଷୀୟ ଯୁବତୀଙ୍କ ବିବାହ ବାସୋଦାର ଆସଠ ଗ୍ରାମରେ ଜନୈକ ଯୁବକଙ୍କ ସହିତ ମେ 7 ତାରିଖରେ ବିବାହ ହୋଇଥିଲା । ପଣ୍ଡିତ ବିନୋଦ ମହାରାଜା ନାମକ ଜଣେ ପଣ୍ଡିତ ବା ବ୍ରାହ୍ମଣ ଏହି ବିବାହ କରାଇଥିଲେ । ବିବାହ ପରେ ଯୁବତୀ ଜଣକ ଶାଶୁଘରକୁ ଚାଲିଯାଇଥିଲେ । ଏହା ପରେ ତିନି ଦିନ ପରେ ଯୁବତୀ ଜଣକ ନିଜ ବାପଘରକୁ ଫେରି ଆସିଥିଲେ । ମେ 23 ତାରିଖରେ ଯୁବତୀଙ୍କ ପରିବାର ଅନ୍ୟ ଏକ ବିବାହ ସମାରୋହରେ ବ୍ୟସ୍ତ ଥିବାବେଳେ ଯୁବତୀ ଜଣକ ଉକ୍ତ ପଣ୍ଡିତଜୀଙ୍କ ସହିତ ଫେରାର ହୋଇଯାଇଥିଲେ । ଯୁବତୀଙ୍କ ପରିବାରରେ ଅନୁଷ୍ଠିତ ହେଉଥିବା ଅନ୍ୟ ଏକ ବିବାହ କାର୍ଯ୍ୟ ମଧ୍ୟ ଉକ୍ତ ପଣ୍ଡିତଙ୍କୁ ଦିଆଯାଇଥିଲା । କିନ୍ତୁ ବିବାହ କରାଇବା ପୂର୍ବରୁ ପଣ୍ଡିତ ଜୀ ଗାଏବ ହୋଇଯାଇଥିଲେ । ଏହାପରେ ପଣ୍ଡିତଙ୍କୁ ବହୁ ଖୋଜାଖୋଜି କରାଯାଇଥିଲା । ଏହାପରେ ଘରୁ ନବବଧୂ ମଧ୍ୟ ଫେରାର ହୋଇଥିବାର ସୂଚନା ମିଳିଥିଲା । ଏନେଇ ନବବଧୂଙ୍କ ପରିଜନ ଥାନାରେ ଏତଲା ଦେଇଥିଲେ । ପୋଲିସ୍‌ ଏହି ଘଟଣାର ଯାଞ୍ଚ କରି ଘଟଣାର ରହସ୍ୟ ଉପରକୁ ପରଦା ଉଠାଇଛି ।

ମିଳିଥିବା ସୂଚନା ଅନୁସାରେ ନବବିବାହିତା ଯୁବତୀ ଓ ପଣ୍ଡିତ ବିନୋଦଙ୍କ ମଧ୍ୟରେ ଗତ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଚାଲିଥିଲା । କିନ୍ତୁ ପଣ୍ଡିତ ପୂର୍ବରୁ ବିବାହିତ ହୋଇଥିବାବେଳେ ତାଙ୍କର ଦୁଇଟଇ ସନ୍ତାନ ରହିଛି । ତେବେ ଘଟଣା ଘଟିବା ପରଠାରୁ ତାଙ୍କ ପରିବାର ମଧ୍ୟ ନିଖୋଜ ଅଛନ୍ତି । ତେବେ ନବବିବାହିତା କନ୍ୟା ଜଣକ ଘରୁ ଦେଢ ଲକ୍ଷ ଟଙ୍କାର ଅଳଙ୍କାର ସମେତ 30 ହଜାର ଟଙ୍କା ଧରି ଫେରାର ହୋଇଥିବାର ସୂଚନା ଦେଇଛନ୍ତି । ପୋଲିସ୍‌ ଏନେଇ ନିଖୋଜ ମାମଲା ରୁଜୁ କରି ଉକ୍ତ ପଣ୍ଡିତ ଓ ଯୁବତୀଙ୍କ ତଲାସି ଜାରି ରଖିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କାହିଁକି କହିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

October 9, 2025

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କନଷ୍ଟେବଳଙ୍କୁ ୧ କୋଟିର ଚେକ ପ୍ରଦାନ କଲେ ଡିଜିପି

October 9, 2025

ରାଜ୍ୟ ମହିଳା କଂଗ୍ରେସ ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 9, 2025

ଚର୍ଚ୍ଚିତ କାଳିଆ ରେଡ଼ି ହତ୍ୟାକାଣ୍ଡ ମାମଲା: ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

October 9, 2025
Latest News

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏମିତି କାହିଁକି କହିଲେ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

October 9, 2025

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କନଷ୍ଟେବଳଙ୍କୁ ୧ କୋଟିର ଚେକ ପ୍ରଦାନ କଲେ ଡିଜିପି

October 9, 2025

ରାଜ୍ୟ ମହିଳା କଂଗ୍ରେସ ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ଜାଣନ୍ତୁ କେଉଁମାନଙ୍କୁ ମିଳିଲା ଦାୟିତ୍ବ

October 9, 2025

ଚର୍ଚ୍ଚିତ କାଳିଆ ରେଡ଼ି ହତ୍ୟାକାଣ୍ଡ ମାମଲା: ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

October 9, 2025

ଘାନାରେ ଓଡିଆ ଯୁବକ ମୃତ; ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଫେରିଲା ମରଶରୀର

October 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.