ଦିନକରେ ସର୍ବାଧିକ 97 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ

Published: Sep 12, 2020, 9:40 am IST

ନୂଆଦିଲ୍ଲୀ : ଦେଶରେ କରୋନା ଏବେ ଅଣାୟତ୍ତ । ଦିନକୁ ଦିନ କରୋନା ସଂକ୍ରମିତ ମାମଲା ବୃଦ୍ଧି ହେବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଅନୁସାରେ ଗତ 24 ଘଣ୍ଟାରେ  ସର୍ବାଧିକ 97 ହଜାର 570ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 1ହଜାର 201 ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 46 ଲକ୍ଷ 59 ହଜାର 985କୁ ବୃଦ୍ଧି ହୋଇଥିବାବେଳେ 77 ହଜାର 472ରେ ପହଞ୍ଚିଛି । ସେହିପରି ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 9 ଲକ୍ଷ 58 ହଜାର 316 ରହିଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 36 ଲକ୍ଷ 24 ହଜାର 197ରେ ପହଞ୍ଚିଛି ।

ଆଇସିଏମ୍‌ଆର୍‌ ସୂଚନା ଅନୁସାରେ ସେପ୍ଟେମ୍ବର 11 ସୁଦ୍ଧା ଦେଶରେ ମୋଟ୍‌ 5 କୋଟି 50 ଲକ୍ଷ ସାମ୍ପଲ୍‌ ଟେଷ୍ଟ ହୋଇଥିବାବେଳେ ଗତକାଲି 11 ଲକ୍ଷ ସାମ୍ପଲ୍‌ ଟେଷ୍ଟ ହୋଇଥିବାର ସୂଚନା ରହିଛି । କରୋନା ଭାଇରସର 54 ପ୍ରତିଶତ ମାମଲା 18 ବର୍ଷରୁ 44 ବର୍ଷଙ୍କମଧ୍ୟରେ ରହିଛି । ସେହିପରି କରୋନାରେ ମୃତ୍ୟୁବରଣ କରୁଥିବା ଆକ୍ରାନ୍ତଙ୍କ ମଧ୍ୟରେ 60 ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା 51 ପ୍ରତିଶତ ରହିଛି । (ଏଜେନ୍ସି)

Related posts