ଆସନ୍ତାକାଲିଠାରି ସଂସଦର ମୌସୁମୀ ଅଧିବେସନ, ଜାଣନ୍ତୁ କୋଭିଡ କଟକଣା ଭିତରେ କିପରି ଚାଲିବ ଗୃହ

Published: Sep 13, 2020, 11:12 pm IST

ନୂଆଦିଲ୍ଲୀ, ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେସନ। ଏହା ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ ଚାଲିବ। କୋଭିଡ-୧୯ ମହାମାରୀ ମଧ୍ୟରେ ଏହା ହେବ ପ୍ରଥମ ଅଧିବେଶନ। ଏହାକୁ ଦୃଷ୍ଟିରେ ରଖି କୋଭିଡ-୧୯ ପାଇଁ ଜାରି ହୋଇଥିବା ଗାଇଡଲାଇନ ଅନୁଯାୟୀ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ପ୍ରତ୍ୟେକ ସଦନରେ ଦୈନିକ ୪ ଘଣ୍ଟା ଲେଖାଏଁ କାର୍ଯ୍ୟକାଳ ରହିବ। ରାଜ୍ୟସଭା ପାଇଁ ପୂର୍ବାହ୍ନ ୯ଟାରୁ ଅପରାହ୍ଣ ୧ଟା ଏବଂ ଲୋକସଭା ପାଇଁ ଅପରାହ୍ଣ ୩ ଟାର ୭ଟା ପର୍ଯ୍ୟନ୍ତ କାର୍ଯ୍ୟ ଚାଲିବ। ତେବେ ୧୪ ତାରିଖ ପ୍ରଥମ ଦିନ ଲୋକସଭା ଅଧିବେଶନ ସକାଳ ବେଳା ଅନୁଷ୍ଠିତ ହେବ।

ଶାରୀରିକ ଦୂରତା ରକ୍ଷା ଉଦ୍ଦେଶ୍ୟରେ ସାଂସଦମାନଙ୍କ ବସିବା ସ୍ଥାନରେ ଯଥେଷ୍ଟ ବ୍ୟବଧାନ ରଖାଯିବ। ସାଂସଦମାନେ ଉଭୟ ସଦନର ଚାମ୍ବର ସହିତ ଗ୍ୟାଲେରିରେ ବସିବେ। ସାଂସଦମାନଙ୍କ ଉପସ୍ଥିତି ପଞ୍ଜୀକରଣ କରିବା ଲାଗି ମୋବାଇଲ ଆପର ପ୍ରଚଳନ କରାଯିବ। ସଦନରେ ପଲିକାର୍ବନ ଶିଟ ଜରିଆରେ ଆସନଗୁଡ଼ିକୁ ପୃଥକୀକରଣ କରାଯିବ।

ଏହି ଅଧିବେଶନରେ ଶନିବାର ଓ ରବିବାରରେ ମଧ୍ୟ ଗୃହ ଚାଲିବ। ଏଥିରେ ଶୂନ୍ୟକାଳ ରହିବ ଏବଂ ଅଣତାରକା ପ୍ରଶ୍ନଗୁଡ଼ିକ ଟେବୁଲରେ ଉପସ୍ଥାପନ କରାଯିବ।

Related posts