କଟକ, ବିଭିନ୍ନ ରାଜ୍ୟରେ ସବୁ ଧର୍ମପୀଠଗୁଡିକ ଖୋଲାଯାଇଛି। ଓଡିଶାରେ କଣ ପାଇଁ ଭକ୍ତମାନଙ୍କୁ ଦର୍ଶନରୁ ବଞ୍ଚିତ କରାଯାଇଛି। ଦଶ ଦିନ ମଧ୍ୟରେ ଏହାର ଜବାବ ଦେବାକୁ ଓଡିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନୋଟିସ କରିଛନ୍ତି। ଆଜି ହାଇକୋର୍ଟରେ ମାନ୍ୟବର ମୁଖ୍ୟ ବିଚାରପତିଙ୍କ କୋର୍ଟରେ ଏହାର ଶୁଣାଣି ହୋଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାର ସହିତ ବିଭିନ୍ନ ପକ୍ଷଙ୍କୁ ମଧ୍ୟ କାରଣ ଦର୍ଶା ନୋଟିସ ଜାରୀ କରିଛନ୍ତି।
ଏହା ମାମଲ ଲଢୁଥିବା ଆଡଭୋକେଟ ବିଭୂତି ଭୂଷଣ ଚୌଧୁରୀ କହିଛନ୍ତି ଯେ, ପୂର୍ବରୁ ହାଇକୋର୍ଟ ଉପାସନା ପୀଠ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତି ନିଅନ୍ତୁ ବୋଲି କହିଥିଲେ। ହେଲେ ବହୁଦିନ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ। ଫଳରେ ଆଜି ମୁଖ୍ୟ ବିଚାରପତି କୋର୍ଟରେ ଏହାର ଶୁଣାଣି ଚାଲିଥିଲା ବୋଲି ଆଡଭୋକେଟ ବିଭୂତି ଭୂଷଣ କହିଛନ୍ତି। ତେବେ ଖୁବ ଶିଘ୍ର ରାଜ୍ୟ ସରକାର ଉପାସନା ପୀଠଗୁଡିକ ଖୋଲିବା ପାଇଁ ନିଷ୍ପତି ନେଇ ପାରନ୍ତି ବୋଲି ସେ କହିଛନ୍ତି।
Tags: ଓକିଲ ବିଭୂତି ଭୂଷଣ ଚୌଧୁରୀ, ଧର୍ମପୀଠ