ଦେଶରେ 24 ଘଣ୍ଟାରେ 92 ହଜାର 605 ଆକ୍ରାନ୍ତ ଚିହ୍ନଟ, 1133 ମୃତ

Published: Sep 20, 2020, 10:31 am IST

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ଼ ସୃଷ୍ଟି କରୁଛି। ପ୍ରତିଦିନ 90 ହଜାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଦେଶରେ 24 ଘଣ୍ଟାରେ 92 ହଜାର 605 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1133 ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ କରୋନା ଜନିତ ମୃତ୍ୟୁ ସଂଖ୍ୟା 86, 752କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 54 ଲକ୍ଷ 620କୁ ବୃଦ୍ଧି ପାଇଛି।  ସେହିପରି ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 10 ହଜାର 824 ଜଣ ଚିକିତ୍ସାଧୀନ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 43 ଲକ୍ଷ 03 ହଜାର 43 ଜଣ ।

ଦେଶରେ କରୋନା ମାମଲାରେ ଦ୍ରୁତ ବୃଦ୍ଧି ପାଉଥିବାବେଳେ ଭାରତ ଏବେ ସଂକ୍ରମଣ ଦେଶ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି । ସେହିପରି କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଭାରତ ଏବେ ପ୍ରଥମରେ ରହିଛି । ସୁସ୍ଥଙ୍କ କ୍ଷେତ୍ରରେ ଆମେରିକାକୁ ମାତ୍‌ ଦେଇଛି ଭାରତ । ଦେଶରେ ଏପର୍ଯ୍ୟନ୍ତ 43 ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଆଇସିଏମ୍‌ଆର ସୂଚନା ମୁତାବକ ଗତ କାଲିସୁଦ୍ଧା ଦେଶରେ ମୋଟ୍‌ 6 କୋଟି 36 ଲକ୍ଷ ନମୁନା ପରୀକ୍ଷା ହୋଇଥିବାବେଳେ ଗତକାଲି 12 ଲକ୍ଷ ନମୁନା ପରୀକ୍ଷା ହୋଇଥିଲା । (ଏଜେନ୍ସି)

Related posts