Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»କରଦାତାଙ୍କ ପାଇଁ ଖୁସି ଖବର, ଆୟକର ବିଭାଗ ଆରମ୍ଭ କଲା ଫେସଲେସ ଅପିଲ ବ୍ୟବସ୍ଥା, ଜାଣନ୍ତୁ ଏହା କଣ
ଜାତୀୟ ଖବର

କରଦାତାଙ୍କ ପାଇଁ ଖୁସି ଖବର, ଆୟକର ବିଭାଗ ଆରମ୍ଭ କଲା ଫେସଲେସ ଅପିଲ ବ୍ୟବସ୍ଥା, ଜାଣନ୍ତୁ ଏହା କଣ

September 25, 2020No Comments3 Mins Read
Share Facebook Twitter LinkedIn Email WhatsApp Copy Link
Income Tax Department launches Faceless Income Tax Appeals

ଭୁବନେଶ୍ବର, ଆୟକର ବିଭାଗ ପକ୍ଷରୁ ଆଜିଠାରୁ ଫେସ୍‌ଲେସ୍ ଟିକସ ଅପିଲ ବ୍ୟବସ୍ଥା ଆରମ୍ଭ ହୋଇଛି। ଏଣିକି ସମସ୍ତ ପ୍ରକାର ଆୟକର ଅପିଲ ଫେସ୍‌ଲେସ ବ୍ୟବସ୍ଥାରେ ଶୁଣାଣି ହୋଇ ଚୂଡାନ୍ତ ହେବ। କେବଳ ଅତି ଗୁରୁତର ଠକେଇ ଯଥା ବଡ଼ ଧରଣର ଟିକସ ଫାଙ୍କି, ଆନ୍ତର୍ଜାତିକ ଟିକସ ପ୍ରସଙ୍ଗ, କଳାଟଙ୍କା ମାମଲା ଏବଂ ଟିକସ ସଂକ୍ରାନ୍ତ ସମ୍ବେଦନଶୀଳ ଘଟଣାରେ ଆୟକର ଅଧିକାରୀମାନେ ସଂପୃକ୍ତ ଟିକସଦାତାଙ୍କୁ ଡାକି ମୁହାଁମୁହିଁ ପଚରାଉଚୁରା କରିପାରିବେ। ଫେସଲେସ୍ ଅପିଲ ବ୍ୟବସ୍ଥା ସଂପର୍କରେ ଆଜି ଆବଶ୍ୟକ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି । ଫେସ୍‌ଲେସ ବ୍ୟବସ୍ଥାରେ ଟିକସ ପ୍ରସଙ୍ଗରେ ଟିକସଦାତା ଏବଂ ଆୟକର ଅଧିକାରୀମାନଙ୍କ ମଧ୍ୟରେ ଏଣିକି ମୁହାଁମୁହିଁ ବା ପ୍ରତ୍ୟକ୍ଷ ସଂପର୍କ ରହିବ ନାହିଁ ।

ଏଠାରେ ସ୍ମରଣଯୋଗ୍ୟ ଯେ ଚଳିତବର୍ଷ ଅଗଷ୍ଟ ୧୩ ତାରିଖରେ ପ୍ରଧାନମନ୍ତ୍ରୀ ଫେସ୍‌ଲେସ୍ ଆସେସମେଣ୍ଟ ଓ ଟିକସଦାତା ଚାର୍ଟରକୁ ଉଦ୍‌ଘାଟନ କରିଥିଲେ । ଟିକସ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ଏବଂ ସଚ୍ଚୋଟ ଟିକସଦାତାଙ୍କୁ ସମ୍ମାନିତ କରିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହା ଟ୍ରାନ୍ସପରେନ୍ସ ଟାକ୍ସେସନ-ଅନରିଂ ଦି ଅନେଷ୍ଟ କାର‌୍ୟ୍ୟକ୍ରମ ନାମରେ ପରିଚିତ।

ଏହି କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଣିକି ଆଉ ଟିକସ ପ୍ରସଙ୍ଗରେ ଟିକସଦାତା ଓ ଅଧିକାରୀଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସଂପର୍କ ରହିବ ନାହିଁ । ସବୁକାର‌୍ୟ୍ୟ ଫେସ୍‌ଲେସ ବ୍ୟବସ୍ଥାରେ କରାଯିବ । ଏହାଛଡା ସେତେବେଳେ ସେ କହିଥିଲେ ଯେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ସେପ୍ଟେମ୍ବର ୨୫ରୁ ଫେସ୍‌ଲେସ ଅପିଲ ବ୍ୟବସ୍ଥା କାର‌୍ୟ୍ୟକାରୀ ହେବ। ତଦନୁସାରେ ଆଜିଠାରୁ ଏହି ବ୍ୟବସ୍ଥା କାର‌୍ୟ୍ୟକାରୀ ହୋଇଛି । ଆହୁରି ମଧ୍ୟ ଆୟକର ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ସଂସ୍କାରବାଦୀ କାର‌୍ୟ୍ୟକ୍ରମ କାର‌୍ୟ୍ୟକାରୀ କରାଯାଇଛି । ଟିକସ ବ୍ୟବସ୍ଥାକୁ ସରଳ କରିବା ସହ ଟିକସଦାତାମାନେ ଯେପରି ସୁବିଧାରେ ଟିକସ ପୈଠ କରିପାରିବେ ସେ ବ୍ୟବସ୍ଥାକୁ ମଧ୍ୟ ଆହୁରି ସହଜିଆ କରାଯାଉଛି ।

ଫେସ୍‌ଲେସ୍ ଅପିଲ ବ୍ୟବସ୍ଥାରେ ଏଣିକି ଆୟକର ସଂକ୍ରାନ୍ତ ସମସ୍ତ ଆବେଦନ ଅନ୍‌ଲାଇନ ବ୍ୟବସ୍ଥାରେ ହେବ । ଏଥିପାଇଁ ଇ-ଆଲୋକେସନ ବ୍ୟବସ୍ଥା, ବିଜ୍ଞପ୍ତିର ଇ-କମ୍ୟୁନିକେସନ, ପଚରା ଯିବାକୁ ଥିବା ପ୍ରଶ୍ନର ଇ-ଫର୍ମାଟ, ଇ-ଭେରିଫିକେସନ, ଇ-ଶୁଣାଣି ଏବଂ ଶେଷରେ ଇ-ଯୋଗାଯୋଗ ସବୁକଥା ଅନ୍‌ଲାଇନ ଇଲେକ୍ଟ୍ରୋନିକ ବ୍ୟବସ୍ଥାରେ କରାଯିବ।

ସରଳ ଭାବରେ କହିଲେ ଆବେଦନଠାରୁ ଆରମ୍ଭ କରି ବିଚାର ଓ ରାୟ ପ୍ରକାଶ ପର‌୍ୟ୍ୟନ୍ତ ସବୁକଥା ଅନ୍‌ଲାଇନରେ ହେବ ଏବଂ ଏଥିରେ ସଂପୃକ୍ତ ପକ୍ଷ ଏବଂ ଆୟକର ବିଭାଗ ଅଧିକାରୀ କେହି କାହାରିକୁ ଭେଟିବାର ଅବକାଶ ରହିବ ନାହିଁ । ଆବେଦନକାରୀ ଓ ଟିକସଦାତା ଘରେ ବସି ସେମାନଙ୍କର ଆପତ୍ତି ଅଭିଯୋଗ ଓ ଆବେଦନ ସହଜରେ ଅନ୍‌ଲାଇନରେ କରିପାରିବେ । ଏହା ଫଳରେ ସେମାନଙ୍କର ସମୟ ଓ ଅର୍ଥ ସଂଚୟ ହେବା ସହିତ ସେମାନେ ଜଞ୍ଜାଳରୁ ରକ୍ଷା ପାଇବେ।

ଫେସ୍‌ଲେସ୍ ଅପିଲ ବ୍ୟବସ୍ଥାରେ ଡାଟା ଆନାଲିଟିକ୍ସ ଏବଂ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଉପଯୋଗ କରାଯାଇ ମାମଲାଗୁଡିକ ବିଚାର ପାଇଁ ଉପସ୍ଥାପିତ କରାଯିବ । ଡକ୍ୟୁମେଣ୍ଟ ଆଇଡିଣ୍ଟିଫିକେସନ ଆଧାରରେ ଅପିଲଗୁଡିକୁ ଶୁଣାଣି ପାଇଁ ଉପସ୍ଥାପିତ କରାଯିବ ଏବଂ ଏହା ଡାଇନାମିକ୍ ଜୁରିସଡିକ୍ସନ ବ୍ୟବସ୍ଥାରେ କାର୍ଯ୍ୟ କରିବ । ଏହି ବ୍ୟବସ୍ଥାରେ ଗୋଟିଏ ସହରରେ ଆବେଦନ ଆପିଲେଟ ଅର୍ଡରର ଚିଠା ପ୍ରସ୍ତୁତ ହେବ ଏବଂ ତାହାର ସମୀକ୍ଷା ଓ ବିଚାର ଅନ୍ୟ ସହରରେ କରାଯିବ।

ଏହା ଫଳରେ ସମଗ୍ର ପ୍ରକ୍ରିୟାଟି ନ୍ୟାୟୋଚିତ, ନିରପେକ୍ଷ ଏବଂ ସ୍ୱଚ୍ଛ ହୋଇପାରିବ। ଏହାଦ୍ୱାରା ଟିକସଦାତା ବିଶେଷ ଉପକୃତ ହେବା ସହିତ ସେମାନଙ୍କ ଅପିଲ ଉପରେ ସେମାନଙ୍କୁ ନିର୍ଦ୍ଧାରିତ ସମୟରେ ବିଶେଷ ଅସୁବିଧା ବିନା ଉଚିତ ନ୍ୟାୟ ମିଳିବ। ନୂଆ ବ୍ୟବସ୍ଥା ମଧ୍ୟ ଆୟକର ବିଭାଗର ଦକ୍ଷତା ବଢାଇବ ଏବଂ ଏହାର ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱକୁ ମଧ୍ୟ ଅଧିକ ମଜଭୁତ କରିବ।

ସିବିଡିଟି ଡାଟା ଅନୁସାରେ ଆଜି ତାରିଖ ସୁଦ୍ଧା ଆୟକର ସଂକ୍ରାନ୍ତ ୪.୬ ଲକ୍ଷ ମାମଲା କମିସନରଙ୍କ ବିଭିନ୍ନ ପର‌୍ୟ୍ୟାୟରେ ବିଚାରାଧୀନ ରହିଛି । ସେଥିମଧ୍ୟରୁ ୪.୦୫ ଲକ୍ଷ ଅପିଲ, ଯାହା ମୋଟ ଅପିଲର ୮୮ ଭାଗ, ତାହା ଏଣିକି ଫେସ୍‌ଲେସ୍ ଅପିଲ ବ୍ୟବସ୍ଥାରେ ଶୁଣାଣି ହୋଇ ସମାଧାନ ହେବ । ସେହିଭଳି ଏବେ ଆୟକର ଅପିଲ କମିସନମାନଙ୍କର ଯେଉଁ ସାମର୍ଥ୍ୟ ରହିଛି ନୂଆ ବ୍ୟବସ୍ଥାରେ ତାହାର ପ୍ରାୟ ୮୫ ଶତାଂଶ ବିନିଯୋଗ ହୋଇ ଫେସ୍‌ଲେସ୍ ଅପିଲ ବ୍ୟବସ୍ଥାରେ ମାମଲାଗୁଡିକର ସମାଧାନ କରାଯାଇପାରିବ ।

Faceless Appeal Faceless Income Tax Appeals IncomTax ଆୟକର ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025

ଭୁବନେଶ୍ବରବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ହେଲେ କାହିଁକି?

August 19, 2025
Latest News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଚୀନ୍ ବିଦେଶ ମନ୍ତ୍ରୀ ୱାଙ୍ଗ ୟି

August 19, 2025

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ରାଜଧାନୀ ଏକ୍ସପ୍ରେସ୍ ଏବଂ ଭଦ୍ରକ ରେଳ ଷ୍ଟେସନ୍ ଯାଞ୍ଚ

August 19, 2025

ଘୋଷଣା ହେଲା NEET PG 2025 ଫଳାଫଳ, କେବେ କରିବେ ସ୍କୋରକାର୍ଡ ଡାଉନଲୋଡ୍?

August 19, 2025

ଡ଼କାୟତି ଯୋଜନା ବେଳେ ପୋଲିସର ଅତର୍କିତ ଚଢ଼ାଉ, ମାରଣାସ୍ତ୍ର ସହିତ ପାଞ୍ଚ ଗିରଫ

August 19, 2025

ନିର୍ବାଚନ ତଥ୍ୟ ଦେଇଥିବା CSDS ନିର୍ଦ୍ଦେଶକ ମାଗିଲେ କ୍ଷମା: ରାହୁଲ ଗାନ୍ଧୀଙ୍କୁ ବିଜେପି ର ଟାର୍ଗେଟ

August 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.