Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆପଣ ମାଣ୍ଡିଆର ବରା, ପକୋଡା, ଲଡୁ କିମ୍ବା ହାଲୁଆ ଖାଇଛନ୍ତି କି? ନାହିଁ ! ତେବେ ଜାଣନ୍ତୁ କେମିତି ଖାଇବେ
ଜାତୀୟ ଖବର

ଆପଣ ମାଣ୍ଡିଆର ବରା, ପକୋଡା, ଲଡୁ କିମ୍ବା ହାଲୁଆ ଖାଇଛନ୍ତି କି? ନାହିଁ ! ତେବେ ଜାଣନ୍ତୁ କେମିତି ଖାଇବେ

September 26, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆପଣ ମାଣ୍ଡିଆର ବରା, ପକୋଡା, ଲଡୁ କିମ୍ବା ହାଲୁଆ ଖାଇଛନ୍ତି କି? ନାହିଁ ! ତେବେ ଜାଣନ୍ତୁ କେମିତି ଖାଇବେ

ସୁନ୍ଦରଗଡ, ବର୍ତ୍ତମାନ ଜନ୍ମଦିନ ପାର୍ଟିରେ ମିଳିବ ମାଣ୍ଡିଆ କେକ୍। ବିଶ୍ବାସ ହେଉ ନାହିଁ କି ! ଏହା ସତକଥା। ଏବେ ମାଣ୍ଡିଆର ଭେଳିକି ଭେଳି ଖାଦ୍ୟ ପଦାର୍ଥ ବଜାରରେ ଉପଲବ୍ଧ ହେବ। ବର୍ତ୍ତମାନ ମାଣ୍ଡିଆ ଆଉ ଖିରି ବା ଜାଉ ଭିତରେ ସୀମିତ ହୋଇ ରହି ନାହିଁ। ଏହି ମାଣ୍ଡିଆରୁ ବିଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରି ଦେଖାଇଛନ୍ତି ସୁନ୍ଦରଗଡ ସ୍ବୟଂ ସହାୟକ ଗୋଷ୍ଠୀ। ଜିଲ୍ଲା ପ୍ରଶାସନର ସହାୟତାରେ ଏହି ଗୋଷ୍ଠି ମାଣ୍ଡିଆର ପକୋଡା, ମାଣ୍ଡିଆର ବରା, ଲଡୁ, ଉପମା, ହାଲୁଆ ଏବଂ ଖେଚୁଡି ମଧ୍ୟ ପ୍ରସ୍ତୁତ କରୁଛନ୍ତି।

ମିଲଟ ମିଶନ ମାଧ୍ୟମରେ ସୁନ୍ଦରଗଡର ଏହି ଏସଏଚଜି ଗୋଷ୍ଟୀ ଏହି ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ସେମାନେ ବର୍ତ୍ତମାନ ମାଣ୍ଡିଆର ଏହି ଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ଯୋଗାଇବାରେ ଲାଗିଛନ୍ତି। ତେବେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ପ୍ରସ୍ତୁତ ନେଇ ଜିଲ୍ଲା ପ୍ରଶାସନ ତରଫରୁ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ମହିଳାମାନେ ମଧ୍ୟ ଏହି ଖାଦ୍ୟ ପଦାର୍ଥ କରିବାରେ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ବ୍ୟବସାୟୀକ ଭାବେ ଏହା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ।

ସାଧାରଣତଃ ମାଣ୍ଡିଆକୁ ସମସ୍ତେ ଗରିବ ଘରର ଖାଦ୍ୟ ବୋଲି ବିବେଚନା କରିଥାନ୍ତି। ହେଲେ ଯେବେ ଲୋକଙ୍କ ଭିତରେ ଖାଦ୍ୟ ପଦାର୍ଥ ଉପରେ ସଚେତନତା ସୃଷ୍ଟି ହେଲା ସେତେବେଳେ ମାଣ୍ଡିଆକୁ ଅନେକ ଗୁରୁତ୍ବ ଦେଉଛନ୍ତି। କିନ୍ତୁ ଅସୁବିଧା ହେଲା ଯେ, ମାଣ୍ଡିଆରୁ କେବଳ ଖିରି ବା ଜାଉ ବ୍ୟତିତ ଅନ୍ୟ କିଛି ହୋଇପାରୁ ନ ଥିଲା। ତେବେ ଏହାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ଏହି ସ୍ବୟଂ ସହାୟକ ଗୋଷ୍ଠୀ।

ବର୍ତ୍ତମାନ ଲୋକମାନେ ଯେପରି ସ୍ବାସ୍ଥ୍ୟ ସଚେତନ ସହ ଖାଦ୍ୟ ପଦାର୍ଥ ଉପରେ ଗୁରୁତ୍ବ ଦେଲେଣି ଏଥିରେ ମାଣ୍ଡିଆ ପ୍ରସ୍ତୁତ ଏହି ଭିନ୍ନ ଭିନ୍ନ ଖାଦ୍ୟ ବେଶ ଆଦୃତ ହେବ। ଏ ନେଇ ଖାଦ୍ୟ ଗବେଷକଙ୍କ କହିବା କଥା ମାଣ୍ଡିଆ ହେଉଛି ବିଭିନ୍ନ ଖାଦ୍ୟ ପଦାର୍ଥ ମଧ୍ୟରୁ ସର୍ବୋକୃଷ୍ଟ। କାରଣ ଏଥିରେ ଯେପରି ଭିଟାମିନ ଭରି ରହିଛି ତାହା ଅନ୍ୟ ଡାଲି ଜାତୀୟ ଖାଦ୍ୟରେ ନାହିଁ। ବହୁ ଡାକ୍ତର ସକାଳୁ ସକାଳୁ ମାଣ୍ଡିଆ ଖିରି ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ହେଲେ ମାଣ୍ଡିଆରେ କେବଳ ଖିରି ହେଉଥିବାରୁ ତାହାର ଆଦର ମିଳିପାରୁ ନାହିଁ। ଯଦି ମାଣ୍ଡିଆର ବିିଭିନ୍ନ ଖାଦ୍ୟ ପଦାର୍ଥ ପ୍ରସ୍ତୁତ ହେବ ତେବେ ଏହା ନିଶ୍ଚିତ ଘରେ ଘରେ ଆଦୃତ ହେବ। ହୁଏତ ପଞ୍ଚତାରକା ହୋଟେଲର ମେନୁରେ ଏହା ସ୍ଥାନ ପାଇପାରିବ।

ମାଣ୍ଡିଆ ମାଣ୍ଡିଆ ଉପମା ମାଣ୍ଡିଆ ପକୋଡା
Share. Facebook Twitter LinkedIn Email WhatsApp Copy Link

Related Posts

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026

ପୁରୁଣାଗଡ଼ରେ ପ୍ରତ୍ନତାତ୍ୱିକ ଗବେଷଣା କାର୍ଯ୍ୟ ଆରମ୍ଭ

May 14, 2026
Latest News

ଆପାର୍ଟମେଣ୍ଟ ପଞ୍ଜୀକରଣ ସଂଶୋଧନ ଅଧ୍ୟାଦେଶ

May 14, 2026

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ – ଧର୍ମେନ୍ଦ୍ର ପ୍ରଧାନ

May 14, 2026

ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କଲେ ରୁଷବୈଦେଶିକ ମନ୍ତ୍ରୀ

May 14, 2026

ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଶେଷ ପଦକ୍ଷେପ

May 14, 2026

ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.