ଭୁବନେଶ୍ବରରେ ଆଉ 342 ଜଣ ଚିହ୍ନଟ, 321 ସୁସ୍ଥ

Published: Sep 28, 2020, 4:23 pm IST

ଭୁବନେଶ୍ବର : ଭୁବନେଶ୍ବର ମହାନଗରରୁ ଆଜି ଆଉ 342 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଆଜି ଚିହ୍ନଟ ହୋଇଥିବା ମୋଟ୍‌ 342 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ରୁ 111ଜଣ ରହିଥିବାବେଳେ 231ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ଚିହ୍ନଟ ହୋଇଥିବାର ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 21 ହଜାର 197ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 17 ହଜାର 497ରେ ପହଞ୍ଚିଛି । ସେହିପରି 88 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି 3 ହଜାର 595ଜଣ ।

Related posts