ଭୁବନେଶ୍ବର : ଉପନିର୍ବାଚନ ପାଇଁ ବିଗୁଲ୍ ବାଜିଲା। ରାଜ୍ୟର ଦୁଇ ବିଧାନସଭା ଆସନ ପାଇଁ ଆସନ୍ତା ନଭେମ୍ବର 3 ତାରିଖରେ ହେବ ଭୋଟଗ୍ରହଣ । ଏନେଇ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବିଧାୟକ ବିଷ୍ଣୁ ଦାସ ଓ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ରାଜ୍ୟର ଦୁଇ ଆସନ ଫାଙ୍କା ପଡିଛି । ଏହି ଦୁଇ ବାଲେଶ୍ବର ଓ ତିର୍ତ୍ତୋଲ୍ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି।
ନଭେମ୍ବର ତିନି ତାରିଖରେ ବାଲେଶ୍ବର ଓ ତିର୍ତ୍ତୋଲ୍ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନ। ନଭେମ୍ବର 3ରେ ଉଭୟ ନିର୍ବାଚନ ମଣ୍ଡଳି ପାଇଁ ଭୋଟ ଗ୍ରହଣ ହେବ । ନଭେମ୍ବର 10ରେ ଉଭୟ ନିର୍ବାଚନ ମଣ୍ଡଳିର ଭୋଟ ଗଣତି ହେବ। ଅକ୍ଟୋବର 9ରେ ଉଭୟ ନିର୍ବାଚନ ମଣ୍ଡଳି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର 16 ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ। ଅକ୍ଟୋବର 17ରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ଅକ୍ଟୋବର 19 ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯିବ। ତେବେ ଭୋଟ୍ ଗ୍ରହଣ ସମୟରେ କୋଭିଡ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । କୋଭିଡ ଆକ୍ରାନ୍ତମାନେ ଶେଷ 1 ଘଣ୍ଟାରେ ଆସି ଭୋଟ ଦେଇପାରିବେ ବୋଲି ସୂଚନା ରହିଛି ।