Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାନସଭାରେ ବିଶ୍ବବିଦ୍ୟାଳୟ ବିଲ୍‌ : ବିଲ୍‌ ଚିରିଲେ ତାରା, ବିଲ୍‌ ସପକ୍ଷରେ ମତ ଦେଲେ ଅରୁଣ ସାହୁ
ଆଜିର ଖବର

ବିଧାନସଭାରେ ବିଶ୍ବବିଦ୍ୟାଳୟ ବିଲ୍‌ : ବିଲ୍‌ ଚିରିଲେ ତାରା, ବିଲ୍‌ ସପକ୍ଷରେ ମତ ଦେଲେ ଅରୁଣ ସାହୁ

September 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ଓଡ଼ିଆ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ । ଏହି ବିଲ୍‌କୁ ଉଭୟ କଂଗ୍ରେସ ଓ ବିଜେପି ବିରୋଧ କରିଛନ୍ତି । ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌କୁ କଂଗ୍ରେସ ତରଫରୁ ତୀବ୍ର ବିରୋଧ କରାଯିବା ବିଲ୍କୁ କଳା ବିଲ୍‌ କହି ଚିରି ଦେଇଛନ୍ତି ତାରା ବାହିନୀପତି । ବିଲ୍‌କୁ ସିଲେକ୍ଟ କମିଟିକୁ ପଠାଇବା ପାଇଁ ଦାବି କରିଛନ୍ତି ଦାରା । ସେହିପରି ଏହି ବିଲ୍‌ ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି ବୋଲି କହିଛନ୍ତି କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର । କଂଗ୍ରେସ ଦଳ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, କରୋନା ସମୟରେ ବୁଲଡୋଜର କରି ଅତି ତରବରିଆ ଭାବେ ବିଲ୍ ପାରିତ କରିବାକୁ ଚାହୁଁଛନ୍ତି। ଏ ବିଲ୍ ସହ କରୋନାର କଣ ସମ୍ପର୍କ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହି ବିଲକୁ ବିଜେପି ମଧ୍ୟ ବିରୋଧ କରିଛି । ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ନଷ୍ଟ କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରାଯାଉଛି । ବିଶ୍ୱବିଦ୍ୟାଳୟକୁ ସରକାର ନିଜ ଅଧିନରେ ରଖିବାକୁ ଚାହୁଁଛନ୍ତି। ବିଶ୍ୱବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ।

ଅପରପକ୍ଷରେ ବିଶ୍ବବିଦ୍ୟାଳୟ ବିଲ୍‌ ସପକ୍ଷରେ ମତ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ବିଲ୍‌ ଯୋଗୁଁ ବିଶ୍ବବିଦ୍ୟାଳୟ ଅଟୋନେମିରେ ଗୋଟିଏ ବିନ୍ଦୁ ବି କ୍ଷୁର୍ଣ୍ଣ ହେବନି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ସବୁ ବିଶ୍ବବିଦ୍ୟାଳୟ ୟୁନିଭର୍ସିଟି ଆକ୍ଟ ଅନୁସାରେ ଚାଲିବ । ଏହି ବିଲ୍‌ରେ କେନ୍ଦ୍ର ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି କହିଛନ୍ତି ଅରୁଣ ସାହୁ ।

Share. Facebook Twitter LinkedIn Email WhatsApp Copy Link

Related Posts

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026

ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

October 15, 2026
Latest News

ଛାତ୍ର ସଂସଦ ନିର୍ବାଚନ : ଚାଲିଛି ମତଦାନ, ଆଜି କଲେଜକୁ ମିଳିବ ନୂଆ ନେତୃତ୍ବ

October 15, 2026

ମାତ୍ର ₹୨୦ରେ ସ୍ୱାଦଯୁକ୍ତ କ୍ଷୀର, ତାମିଲନାଡୁରେ ଲଞ୍ଚ କଲା ରିଲାଏନ୍ସ

October 15, 2026

ସିଏସ୍ଆଇଆର୍-ଆଇଏମ୍ଏମଟିରେ “୮୫ ତମ ସିଏସ୍ଆଇଆର୍ ପ୍ରତିଷ୍ଠା ଦିବସ” ପାଳିତ

October 15, 2026

ଇଣ୍ଡିଆସ୍କିଲ୍ସ ୨୦୨୬-୨୭ ପଞ୍ଜୀକରଣ ଅବଧି ଅକ୍ଟୋବର ୧୯ ପର୍ଯ୍ୟନ୍ତ ବୃଦ୍ଧି

October 15, 2026

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ ମଞ୍ଜୁର କଲା କେନ୍ଦ୍ର କ୍ୟାବିନେଟ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.