
ନୂଆଦିଲ୍ଲୀ : ଆଜି ହେଉଛି ବିଶ୍ବ ନୁଡୁଲ୍ସ ଦିବସ । ଭାରତ ହେଉ ଅଥବା ଭାରତ ବାହାରେ ବେଶ୍ ଲୋକପ୍ରିୟ ଖାଦ୍ୟ ଭାବରେ ନୁଡୁଲ୍ସ ବେଶ୍ ପରିଚିତ । ତେବେ ଏହାର ଉତ୍ପତ୍ତି ସମ୍ପର୍କରେ ଠୋସ୍ ପ୍ରମାଣ ନଥିବାବେଳେ ପ୍ରାୟ ଚାରି ହଜାର ବର୍ଷ ତଳେ ଚାଇନିଜ୍ମାନେ ନୁଡୁଲସ୍ ଖାଉଥିବାର ପ୍ରମାଣ ରହିଛି । ମଇଦାରୁ ପ୍ରସ୍ତୁତ ହେଉଥିବା ଏକ ଶୁଖିଲା ଖାଦ୍ୟ ହେଉଛି ନୁଡୁଲ୍ସ । ଏହାକୁ ବହୁଦିନ ପର୍ଯ୍ୟନ୍ତ ସଂରକ୍ଷିତ କରି ରଖାଯାଇପାରେ ।
ତେବେ ଚାଇନିଜ୍ ମାନେ ଏହାକୁ ବାଜରରାକୁ ପ୍ରସ୍ତୁତ କରୁଥିଲେ । ପରେ ପରେ ଗହମ ଓ ଚାଉଳରୁ ଏହି ନୁଡୁଲ୍ସକୁ ପ୍ରସ୍ତୁତ କରାଗଲା । ଏହାକୁ ରାନ୍ଧିବା ଖୁବ୍ ସହଜ । ଏହା ଶୀଘ୍ର ହଜମ ହୋଇଥାଏ । ଅନେକ ସଂସ୍କୃତିରେ ନୁଡୁଲ୍ସ ହେଉଛି ଏକ ମୁଖ୍ୟ ଖାଦ୍ୟ । ବିଶେଷକରି ଚାଇନିଜ୍ ନୁଡୁଲ୍ସ, ଜାପାନିଜ୍ ନୁଡୁଲ୍ସ,,କୋରିଆନ୍ ନୁଡୁଲ୍ସ, ଇଟାଲୀନ୍ ନୁଡୁଲ୍ସକୁ ବେଶ ପସନ୍ଦ କରାଯାଇଥାଏ। ଇଟାଲୀରେ ଏହା ସବୁଠାରୁ ଅଧିକ ପ୍ରକାରର ମିଳିଥାଏ ।
ମିଳିଥିବା ସୂଚନା ଅନୁସାରେ ଚୀନ୍ରେ ପ୍ରଥମେ ନୁଡୁଲ୍ସ କୁ ଖାଦ୍ୟ ରୂପେ ଗ୍ରହଣ କରାଯାଇଥିବାର ସୂଚନା ରହିଛି । ଏଠାର ହାନ୍ ରାଜବଂଶରେ ଲୋକମାନେ ନୁଡୁଲ୍ସକୁ ମୁଖ୍ୟ ଭୋଜନ ରୂପେ ବ୍ୟବହାର କରୁଥିବାର ସୂଚନା ରହିଛି । ସେହିପରି ଐତିହାସିକାରଙ୍କମତରେ ପାସ୍ତାର ଉତ୍ପତ୍ତି ଭୂମଧ୍ୟସାଗରୀୟ ଦେଶରେ ହିଁ ହୋଇଛି ।
ସେହିପରି ଜାପାନରେ ନବମ ଶତାବ୍ଦୀରେ ନୁଡୁଲ୍ସର ବ୍ୟବହାର ଦେଖାଯାଇଥିଲା । ସେହିପରି ମଧ୍ୟ ଓ ପଶ୍ଚିମ ଏସିଆରେ ତୁର୍କୀ ଲୋକଙ୍କ ଦ୍ବାରା 13ଶ ଶତାବ୍ଦୀରେ ନୁଡୁଲ୍ସ ଖିଆଯାଇଥିବାର ପ୍ରମାଣ ରହିଛି । ଇରାନର ମଧ୍ୟପୂର୍ବୀୟ ଦେଶଗୁଡିକରେ ଏହାକୁ ସବୁଠୁ ଲୋକପ୍ରିୟ ଫାରସୀ ବ୍ୟଞ୍ଜନ ମଧ୍ୟରେ ଅନ୍ୟତମ ରହିଛି । ସେହିପରି ଇଟାଲୀରେ ଏହା 13ଶ କିମ୍ବା 14ଶ ଶତାବ୍ଦୀରେ ଆସିଥିବାର ପ୍ରମାଣ ରହିଛି ।
ଭାରତରେ ମଧ୍ୟ ନୁଡୁଲ୍ସ ବହୁଳ ଲୋକପ୍ରିୟ । ପିଲାଠାରୁ ବୁଢା ପର୍ଯ୍ୟନ୍ତ ସମେସ୍ତ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି । ଭାରତରେ ଏକ ମନ୍ଦିରରେ ନୁଡୁଲ୍ସ ଭୋଗ ହୁଏ । ପଶ୍ଚିମବଙ୍ଗର ଟାଙ୍ଗ୍ରାରେ ଏକ କାଳୀମାତା ମନ୍ଦିର ରହିଛି ଯେଉଁଠି ପ୍ରସାଦ ଭାବରେ ନୁଡୁଲ୍ସ ଭୋଗ ହୁଏ । ଭାରତର ବ୍ୟଞ୍ଜନରେ ନୁଡୁଲ୍ସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । (ଏଜେନ୍ସି)