ନୂଆଦିଲ୍ଲୀ, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀ କରିବାର ଗୋଟିଏ ଦିନ ପରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କର କୋଭିଡ19 ପଜେଟିଭ ଆସିଛି। ଏକ ସଂକ୍ଷିପ୍ତ ଟୁଇଟ୍ କରି ଯୋଶୀ ସୂଚନା ଦେଇଛନ୍ତି, “ମୁଁ କୋଭିଡ୍ -19 ପରୀକ୍ଷା କରିଥିଲେ। ପଜେଟିଭ ଆସିଛି। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ହୋମ କ୍ବାରଣ୍ଟାଇନରେ ଅଛି।”
ଠିକ୍ ଗୋଟିଏ ଦିନ ପୂର୍ବରୁ ସେ କର୍ଣ୍ଣାଟକର ବେଲଗାମ୍ ଜିଲ୍ଲାର ଏକ ସାଧାରଣ କାର୍ଯ୍ୟକ୍ରମରେ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଙ୍ଗାପ୍ପା ସାବାଡି ଏବଂ ରାଜ୍ୟସଭା ସଦସ୍ୟ ଇରାନା କାଦଡିଙ୍କ ସହ କୃଷି ବିଲ ବୈଠକରେ ଯୋଗଦେଇଥିଲେ। ବର୍ତ୍ତମାନ ଯୋଶୀ ପଜିଟିଭ୍ ଆସିବା ପରେ କର୍ଣ୍ଣାଟକର ଡେପୁଟି ସିଏମ୍ ଏବଂ ଉପସ୍ଥିତ ରାଜ୍ୟସଭା ସଦସ୍ୟ ମଧ୍ୟ କୋଭିଡ19 ପରୀକ୍ଷା କରିଛନ୍ତି।