Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟୁଇଟର୍‌ରେ ଟ୍ରେଣ୍ଡ ହେଉଛି ବାବା କା ଢାବା, ଜାଣନ୍ତୁ ପୂରା ଘଟଣାଟି କ’ଣ
ଆଜିର ଖବର

ଟୁଇଟର୍‌ରେ ଟ୍ରେଣ୍ଡ ହେଉଛି ବାବା କା ଢାବା, ଜାଣନ୍ତୁ ପୂରା ଘଟଣାଟି କ’ଣ

October 8, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଆଜିର ସମୟରେ ସୋସିଆଲ ମିଡିଆର ବହୁତ ଶକ୍ତି ରହିଛି । ଗୋଟିଏ ଦିନରେ ଜଣକୁ ତଳକୁ ଉପରକୁ ଉଠାଇଦେବାର ସାମର୍ଥ୍ୟ ରଖିଥିବାବେଳେ ଉପରୁ ମଧ୍ୟ ତଳକୁ ଟାଣି ଆଣିବାର ଶକ୍ତି ରଖୁଛି । ଗତ କିଛି ଦିନରେ ଦିଲ୍ଲୀରେ ଏପରି କିଛି ହୋଇଛି ଯାହାକି ଗୋଟିଏ ଦିନରେ ଜଣେ ମଣିଷର ଜୀବନକୁ ବଦଳାଇ ଦେଇଛି । ଦିଲ୍ଲୀର ମାଲବୀୟ ନଗରର ଏକ ଛୋଟ ଢାବା ଚଳାଉଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ ବିକ୍ରି ନ ହେବାରୁ କାମ ନଥିବାର ଅସୁବିଧାକୁ ଜଣେ ବୃଦ୍ଧ ବ୍ୟକ୍ତି କହି ଭାବୁକ ହୋଇଥିବାର ଦେଖାଯାଇଛି । କିନ୍ତୁ ଏହି ଭିଡିଓଟିରଭାଇରାଲ୍‌ ହେବାର 24 ଘଣ୍‌ଟା ପରେ ବୃଦ୍ଧଙ୍କୁ ସାହାଯ୍ୟ ମିଳିଛି । ଏପରିକି ଆମ୍‌ ଆଦ୍‌ମୀ ପାର୍ଟିର ବିଧାୟକ ସୋମନାଥ ଭାରତୀ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି ।

Spread the word around.

Wipe his tears #BabaKaDhaba https://t.co/BE9cXGEnSs

— RAHUL SRIVASTAV (@upcoprahul) October 8, 2020

ମାଲବୀୟ ନଗରସ୍ଥିତ ହନୁମାନ ମନ୍ଦିର ସାମ୍ନାରେ ଜଣେ ବୃଦ୍ଧ ଦମ୍ପତି ନିଜର ଏକ ଛୋଟ ଢାବାକୁ ଚଳାଉଥିଲେ । ବସୁନ୍ଧରା ନାମକ ଜଣେ ଟୁଇଟର ୟୁଜର୍‌ କିଛି ଦିନ ପୂର୍ବେ ଏକ ସନ୍ଧ୍ୟାରେ ସେମାନଙ୍କ ଭିଡିଓକୁ ଟୁଇଟର୍‌ରେ ସେୟାର କରିଥିଲେ ।

ଏହି ଭିଡିଓରେ ବୃଦ୍ଧ ଜଣକ ନିଜ ଅବସ୍ଥା ସମ୍ପର୍କରେ କହି କହି କାନ୍ଦୁଥିବାର ଦେଖାଯାଇଛି । ଭିଡିଓ ଶୁଟ୍‌ କରୁଥିବା ବ୍ୟକ୍ତିଜଣକ ବୃଦ୍ଧଙ୍କ ଖାଦ୍ୟକୁ ପ୍ରଶଂସା କରିବା ସହିତ ଉକ୍ତ ଢାବାକୁ ଲୋକଙ୍କୁ ଆସିବାକୁ ଅପିଲ୍‌ କରିଥିଲେ । ଭିଡିଓ ଭାଇରାଲ୍‌ ହେବା ପରେ ଏବେ ବାବାଙ୍କ ଢାବାରେ ମଟର ପନୀର ଖାଇବାକୁ ଲୋକଙ୍କ ଲାଇନ୍‌ ଲାଗିଛି ।

ଭିଡିଓକୁ ଦେଖୁ ଦେଖୁ 10 ଲକ୍ଷରୁ ଅଧିକ ଲୋକେ ଏହାକୁ ଦେଖିଥିଲେ । ଏହାପରେ ବୃଦ୍ଧଙ୍କୁ ସାହାଯ୍ୟ ମିଳିଥିଲା । ସୋମନାଥ ଭାରତୀ ‘ବାବା କେ ଢାବା’କୁ ଅତ୍ୟାବଶ୍ୟକ ସାମଗ୍ରୀ ଦେଇଥିଲେ । ଏହା ସହିତ କିଛି ଲୋକେ ଉକ୍ତ ଢାବାକୁ ଖାଇବାକୁ ଆସି ବୃଦ୍ଧଙ୍କ ମୁହଁରେ ହସ ଫୁଟାଇବାକୁ ସାହାଯ୍ୟ କରିଥିଲେ । ଟୁଇଟର ଓ ସୋସିଆଲ ମିଡିଆର ଅନ୍ୟ ପ୍ଲାଟଫର୍ମରେ ବୃଦ୍ଧଙ୍କର କାହାଣୀ ଲୋକପ୍ରିୟ ହେବା ପରେ ପରେ ବୃଦ୍ଧଙ୍କ ମୁହଁରେ ହସ ଫୁଟି ପାରିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ଇଣ୍ଡିଆ ଓପନ୍ ୨୦୨୬ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଭାରତର ନେତୃତ୍ଵ ନେବେ ପିଭି ସିନ୍ଧୁ

January 13, 2026

ନିଜ ନାଗରିକମାନଙ୍କୁ ଚେତାବନୀ ଦେଲା ଆମେରିକା: ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

January 13, 2026

PLI ଅଟୋ ଯୋଜନା: 13.61 ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ

January 13, 2026

ଆଜି ବାଂଲାଦେଶ ଫେରିବେ ଜେଲରେ ଥିବା ୩୮ ଅବୈଧ ବାଂଲାଦେଶୀ ନାଗରିକ

January 13, 2026
Latest News

ଆଜିଠାରୁ ଇଣ୍ଡିଆ ଓପନ୍ ୨୦୨୬ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଭାରତର ନେତୃତ୍ଵ ନେବେ ପିଭି ସିନ୍ଧୁ

January 13, 2026

ନିଜ ନାଗରିକମାନଙ୍କୁ ଚେତାବନୀ ଦେଲା ଆମେରିକା: ଇରାନ ଛାଡ଼ିବାକୁ ଦେଲା ପରାମର୍ଶ

January 13, 2026

PLI ଅଟୋ ଯୋଜନା: 13.61 ଲକ୍ଷରୁ ଅଧିକ ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ

January 13, 2026

ଆଜି ବାଂଲାଦେଶ ଫେରିବେ ଜେଲରେ ଥିବା ୩୮ ଅବୈଧ ବାଂଲାଦେଶୀ ନାଗରିକ

January 13, 2026

ବିଏମସି ନିର୍ବାଚନ ପୂର୍ବରୁ ୬,୮୭୧ ଅଧିକାରୀ ଏବଂ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.