ବହୁଦିନ ପରେ ଘରୁ ବାହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀ ଗସ୍ତ କରି ଶ୍ରୀମନ୍ଦିର କାମ କଲେ ତଦାରଖ

Published: Oct 17, 2020, 6:41 pm IST

ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନ ବ୍ୟବଧାନ ପରେ ଘରୁ ବାହାରି ପୁରୀ ଗସ୍ତ କରିଛନ୍ତି। କରୋନା ପାଇଁ ସେ ନବୀନ ନିବାସରୁ ସମସ୍ତ ବୈଠକ ଏପରିକି ବିଧାନସଭା କାର୍ଯ୍ୟ ମଧ୍ୟ କରୁଥିଲେ। ଓଡିଶାରେ କରୋନା ପ୍ରବେଶ ପରଠାରୁ ନବୀନ ଘରେ ହିଁ ସମସ୍ତ କାର୍ଯ୍ୟ କରୁଛନ୍ତି। ଶେଷ ଥର ପାଇଁ ସେ ଅଗଷ୍ଟ 15 ତାରିଖରେ ପତାକା ଉତ୍ତୋଳନ ପାଇଁ ବାହାରକୁ ବାହାରିଥିଲେ। କରୋନା ଭୟରେ ସେତେବେଳେ ତାଙ୍କ ଗାଡି ଖୋଦ 5ଟି ସଚିବ ଭି କେ ପାଣ୍ଡିୟାନ ଚଳାଇ ଆଣିଥିଲେ। ଏହାପରେ ପୁରୀ ହେଉଛି ତାଙ୍କର ଦ୍ବିତୀୟ ଗସ୍ତ।

ଆଜି ଅପରାହ୍ନ ପ୍ରାୟ 5ଟା ବେଳେ ମୁଖ୍ୟମନ୍ତ୍ରୀ ପୁରୀ ପହଁଛିଥିଲେ। ସେ ସିଂହଦ୍ବାର ନିକଟରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ତଦାରଖ କରିଥିଲେ। ଚାଲିଚାଲି ସେ ବିଭିନ୍ନ ଉନ୍ନୟନ କାମ ତଦାରଖ କରିଥିଲେ। ଏପରିକି ତଦାରଖ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ମଧ୍ୟ ଦେଇଥିଲେ। ସେ କହିଥିଲେ ଯେ, ମୁଁ ପୁରୀର ଉନ୍ନୟନ କାମ ତଦାରଖ କରିବା ପାଇଁ ଆସିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ କହିଥିଲେ ଯେ, ଆଗାମୀ ତିନିମାସ ମଧ୍ୟରେ ପୁରୀର ଉନ୍ନତି ପାଇଁ ଆହୁରି ପାଞ୍ଚୋଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଜେଲରୋଡର ବିକାଶ କରାଯିବ। ସେହିପରି ଶ୍ରୀସେତୁ କାର୍ଯ୍ୟ ମଧ୍ୟ କରାଯିବ ବୋଲି ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ 5ଟି ସଚିବ ଭି.କେ ପାଣ୍ଡିୟାନ ମଧ୍ୟ ଯାଇଥିଲେ।

Related posts