ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି 233 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂତନ 233 ଆକ୍ରାନ୍ତଙ୍କ ମଧ୍ୟରୁ 51 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ 182ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍ ଯୋଗେ ସୂଚନା ଦେଇଛି ।
Update on newly detected #COVID19 cases in the last
24 hrs under the BMC area on 18th Oct 2020(till 9am). pic.twitter.com/rXBdMGW2LD— BMC (@bmcbbsr) October 18, 2020
ସେହିପରି ଆଜି ରାଜଧାନୀରୁ 313 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ 233 କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିଙ୍କ ସଂଖ୍ୟା 27 ହଜାର 228ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 24 ହଜାର 143ଜଣ । ସେହିପରି 137ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 2ହଜାର927ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।