ଭୁବନେଶ୍ବର : ରାଜ୍ୟରେ ଆଉ 16 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ 4ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ 3 ଜଣ ଲେଖାଏଁ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ନୂଆପଡାରୁ 2 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକ, ଭଦ୍ରକ,ଝାରସୁଗୁଡା ଓ କେନ୍ଦ୍ରାପଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1168କୁ ବୃଦ୍ଧି ହୋଇଛି ।
ମୟୂରଭଞ୍ଜରୁ 60 ବର୍ଷୀୟ ମହିଳା, 30 ବର୍ଷୀୟ ମହିଳା, 72 ବର୍ଷୀୟ ଦୁଇଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ଦୁଇଜଣ ଭୁବନେଶ୍ବରର ବୋଲି ସୂଚନା ରହିଛି । ଭୁବନେଶ୍ବରରୁ ଜଣେ 58 ବର୍ଷୀୟ ପୁରୁଷ ଓ 72ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଖୋର୍ଦ୍ଧାର 72 ବର୍ଷୀୟ ମହିଳା ଆକ୍ରାନ୍ତ ରହିଛନ୍ତି । କଳାହାଣ୍ଡିର ତିନି ମୃତକଙ୍କ ବୟସ ଯଥାକ୍ରମେ 72, 24, 60 ବର୍ଷ । ନୂଆପଡାରୁ74 ବର୍ଷୀୟ ପୁରୁଷ, 48 ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
ସେହିପରି ଝାରସୁଗୁଡାରୁ 40 ବର୍ଷୀୟ ଆକ୍ରାନ୍ତ,ଭଦ୍ରକରୁ 60 ବର୍ଷୀୟ ଆକ୍ରାନ୍ତ, କଟକରୁ 59 ବର୍ଷୀୟ ଆକ୍ରାନ୍ତ, କେନ୍ଦ୍ରାପଡାରୁ 82ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।