କଟକ : କରୋନା କଟକଣା ମଧ୍ୟରେ ପାଳିତ ହେଇଛି ଦୁର୍ଗାପୂଜା । କଟକ ଦୁର୍ଗାପୂଜା ପାଇଁ କମିଶନରେଟ୍ ପୋଲିସ୍ ପ୍ରସ୍ତୁତି ଆରମ୍ଭ କରିଛି । ସୁରକ୍ଷା ପାଇଁ ସହରରେ ମୂତୟନ ହେବେ 30 ପ୍ଲାଟୁନ୍ ପୋଲିସ୍। 100 ଜଣ ପୋଲିସ୍ ଅଧିକାରୀ ମଧ୍ୟ ଦାୟିତ୍ବରେ ରହିବେ। ସେହିପରି ମୂର୍ତ୍ତି ବିସର୍ଜନ ପାଇଁ ସହରର 14ଟି ସ୍ଥାନ ଚିହ୍ନଟ ହୋଇଛି। କୋଭିଡ୍ ନିୟମ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦିଆଯାଇଛି । କଟକରେ ଦୁର୍ଗାପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।