ଭୁବନେଶ୍ୱର : ଦାଦାଙ୍କୁ ନିସ୍ତାର ନାହିଁ । ଦାଦାଙ୍କୁ ଆଉ ମାଫ୍ କରାଯିବ ନାହିଁ । ଯେଉଁଠି ଦାଦାବଟି ଆଦାୟ ଅଭିଯୋଗ ଆସିବ ସାଙ୍ଗେ ସାଙ୍ଗେ ପୁଲିସ ସେଠାରୁ ଟେକି ଆଣିବ । ପୂର୍ବରୁ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ କେତେକ ଦାଦାଙ୍କୁ ଗିରଫ କରିଛି । ପୁଣି ଦାଦାବଟିକୁ ନା’ ପ୍ରସଙ୍ଗରେ ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରେସ ମିଟ କରିଛନ୍ତି । ଦାଦାବଟିକୁ ରୋକିବା ପାଇଁ ଏବେ ଏକ ହେଲପଲାଇନ ନମ୍ବର ଜାରି କରିଛନ୍ତି । ପୁଲିସ ଡିଜିପି ପ୍ରେସ ମିଟରେ କହିଛନ୍ତି ଯେ, ଦାଦାବଟି ଆଦାୟକୁ ରୋକିବା ପାଇଁ କଟକ ଓ ଭୁବନେଶ୍ୱରରେ ହେଲପଲାଇନ ନମ୍ବର କାମ କରିବ । ହେଲଲାଇନ ନମ୍ବର ହେଲା 9938910000। ଏସଏମଏସ ତଥା ମେସେଜ ମାଧ୍ୟମରେ ଯେ କେହି ଅଭିଯୋଗ କରିପାରିବେ । ଅଭିଯୋଗକାରୀ ଇଚ୍ଛା କଲେ ନିଜ ନାମ ମଧ୍ୟ ଗୁପ୍ତ ରଖିପାରିବେ ବୋଲି ଡିଜିପି କହିଛନ୍ତି ।