ଭୁବନେଶ୍ବର : ଯୁକ୍ତ ତିନି ନାମଲେଖା ପାଇଁ ପ୍ରକାଶ ପାଇଲା ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା । 96 ହଜାର 515 ଜଣ ଆବେଦନ କରିଥିବାବେଳେ 22 ହଜାର 016ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେହିପରି 39 ହଜାର 825ଜଣ ସ୍ଲାଇଡ୍ ଅପ୍ ଆବେଦନ କରିଥିବାବେଳେ ଚୟନ ହୋଇଛନ୍ତି 9 ହଜାର 276ଜଣ । ଦ୍ବିତୀୟ ପର୍ଯ୍ୟାୟରେ କଳା ବିଭାଗରେ ସାଧାରଣ ବର୍ଗର କଟ୍ ଅଫ୍ ମାର୍କ ତାଲିକାରେ ବିଜେବି କଲେଜ ଶୀର୍ଷରେ ରହିଛି। ଏଠାରେ କଟ୍ ଅଫ୍ ମାର୍କ 89% ଥିବା ବେଳେ ବଲାଙ୍ଗୀରର ରାଜେନ୍ଦ୍ର କଲେଜର କଟ୍ ଅଫ୍ ମାର୍କ 78%,ପୁରୀ ଏସ୍ସିଏସ୍ କଲେଜର 73%, ଶୈଳବାଳା ମହିଳା ମହାବିଦ୍ୟାଳୟର 61% କଟ୍ ଅଫ୍ ମାର୍କ ରହିଛି। ବିଜ୍ଞାନ ବିଭାଗରେ ବି ବିଜେବି କଲେଜ ଶୀର୍ଷରେ ରହିଛି। ଏଠାରେ 95% କଟ୍ ଅଫ୍ ମାର୍କ ଥିବା ବେଳେ ଭୁବନେଶ୍ୱରସ୍ଥିତ ରାଜଧାନୀ କଲେଜର କଟ୍ ଅଫ୍ ମାର୍କ 87%, ଖୋର୍ଦ୍ଧାସ୍ଥିତ ପ୍ରାଣନାଥ କଲେଜରେ 66%, କଟକର ଷ୍ଟେୱାର୍ଟ ସାଇନ୍ସ କଲେଜରେ 72% କଟ୍ ଅଫ୍ ମାର୍କ ରହିଛି। ବାଣିଜ୍ୟ ବିଭାଗରେ ମଧ୍ୟ ବିଜେବି କଲେଜ ଶୀର୍ଷରେ ରହିଛି। ଏଠାରେ ବାଣିଜ୍ୟ ବିଭାଗ ପାଇଁ 86% କଟ୍ ଅଫ୍ ମାର୍କ ରହିଛି ।