ଭୁବନେଶ୍ବର: ରାଜ୍ୟରେ ଆଉ ୧୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଗଜପତି ଓ ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ମୟୂରଭଞ୍ଜ, ଭୁବନେଶ୍ବର ଏବଂ ଯାଜପୁରରୁ ଦୁଇ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା ୧୨୧୪କୁ ବୃଦ୍ଧି ହୋଇଛି।
ଅନୁଗୁଳର ୭୬, ୩୮ ଓ ୬୨ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଗଜପତିରୁ ୬୦, ୪୫ ଓ ୨୯ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରର ୬୨ ଓ ୬୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜରୁ ୫୧ ଓ ୭୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବେଳେ ଯାଜପୁରରୁ ୨୯ ଓ ୬୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ସେହିପରି ଭଦ୍ରକର ଜଣେ ୪୩ ବର୍ଷୀୟ ପୁରୁଷ, ଢେଙ୍କାନାଳର ଜଣେ ୬୬ ବର୍ଷୀୟ ପୁରୁଷ, ଖୋର୍ଦ୍ଧାରୁ ଜଣେ ୩୫ ବର୍ଷୀୟ ପୁରୁଷ, ମାଲକାନଗିରିରୁ ଜଣେ ୭୦ ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ ଜଣେ ୫୦ ବର୍ଷୀୟ ପୁରୁଷ ଏବଂ ପୁରୀରୁ ଜଣେ ୬୪ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।