ଭୁବନେଶ୍ବର, ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ସଚେତନତା କରିବା ପାଇଁ ଜଣେ ମହିଳା ଅଭିନବ ଉଦ୍ୟମ କରିଛନ୍ତି। ବିଜୟା ଦଶମୀରେ ମା ଦୁର୍ଗାଙ୍କ ବେଶ ହୋଇ ସେ ନାରୀ ଶକ୍ତି କଣ ତାହାର ସଚେତନତା ସୃଷ୍ଟି କରିଥିଲେ। ସେଥିପାଇଁ ସେ ମୋଟରସାଇକେଲରେ ଭୁବନେଶ୍ବରର ଶିଖରଚଣ୍ଡି ମନ୍ଦିରରୁ ବାହାରି ଯାଜପୁର ବିରଜା ମନ୍ଦିର ଯାଇଥିଲେ। ଏହାପରେ ସେଠାରୁ ପୁଣି ଭୁବନେଶ୍ବର ଫେରିଥିଲେ।
ବାଟରେ ସେ ବିଭିନ୍ନ ସ୍ଥାନରେ ମହିଳାମାନଙ୍କୁ ନିଜର ଶକ୍ତିକୁ ଜାଗ୍ରତ କରିବା ପାଇଁ ସଚେତନ କରିଥିଲେ। କୌଣସି ସ୍ଥାନରେ ମହିଳାଙ୍କ ଉପରେ ନିର୍ଯ୍ୟାତନା ହେଉଥିଲେ ସ୍ବର ଉତ୍ତୋଳନ କରନ୍ତୁ ବୋଲି କହିଥିଲେ। ଏହିପରି ଦୁଃସାହାସିକ କାମ କରିଛନ୍ତି ‘ଉଇ ଦ ରୋଡ କ୍ୟୁଇନ’ ର ସଂଗୀତା ସାହୁ। ସେ ପ୍ରାୟ ତିନିଶହ କିଲୋମିଟର ଦୁର୍ଗା ବେଶରେ ଏକାକୀ ଯାତ୍ରା କରିଥିଲେ। ଏହି ସମୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ସାହାର୍ଯ୍ୟ ମଧ୍ୟ ମାଗିଥିଲେ।